‘ଆମ ପ୍ରତିଭା ଆମ ପରିଚୟ’ ପକ୍ଷରୁ ପ୍ରସ୍ତୁତି ବୈଠକ, ସଭାପତି ହେଲେ ଡଃ ଉପେନ୍ଦ୍ର ପରିଡ଼ା

You are currently viewing ‘ଆମ ପ୍ରତିଭା ଆମ ପରିଚୟ’ ପକ୍ଷରୁ ପ୍ରସ୍ତୁତି ବୈଠକ, ସଭାପତି ହେଲେ ଡଃ ଉପେନ୍ଦ୍ର ପରିଡ଼ା

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ଆମ ପ୍ରତିଭା ଆମ ପରିଚୟ” ପକ୍ଷରୁ ଆଜି ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ସଭାପତି ଇଂ. ରମେଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ସ୍ଥାନୀୟ ଦେଉଳବେଡ଼ାସ୍ଥିତ ମଙ୍ଗଲମ୍ ହଲ ଠାରେ ଆୟୋଜିତ ବୈଠକରେ ପ୍ରତିଷ୍ଠାତା ତଥା ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ପୂର୍ବତନ ସାଂସଦ ମହେଶ ସାହୁ ଯୋଗ ଦେଇଥିଲେ। ଆଜିର ଆଲୋଚନାରେ ଆଗାମୀ ସେପ୍ଟେମ୍ବର ୫ ତାରିଖରେ ଗୁରୁଦିବସ କିପରି ପାଳନ କରାଯିବ ସେଥିନେଇ ଆଲୋଚନା କରାଯାଇଥିଲା। ପରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ତଥା ଅବସରପ୍ରାପ୍ତ ଅଧ୍ୟାପକ ସ୍ବର୍ଗତ ଡ଼ଃ ନିମାଇଁ ଚରଣ ପ୍ରଧାନଙ୍କ ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା।

ସଭାପତି ଥିବା ରମେଶ ଚନ୍ଦ୍ର ବେହେରାଙ୍କୁ ଚଳିତ ବର୍ଷ ପାଇଁ ସାଧାରଣ ସମ୍ପାଦକ ଭାବେ ଚୟନ କରାଯାଇଥିଲା। ତାଙ୍କ ସ୍ଥାନରେ ସଭାପତି ଭାବେ ଅବସରପ୍ରାପ୍ତ ଅଧ୍ୟାପକ ଡଃ ଉପେନ୍ଦ୍ର ପରିଡ଼ାଙ୍କୁ ମନୋନୀତ କରାଯାଇଥିଲା। ସେହିପରି ଅବସରପ୍ରାପ୍ତ ଖମାର କଲେଜ ଅଧ୍ୟକ୍ଷ ସରୋଜ ପ୍ରଧାନଙ୍କୁ ସମୀକ୍ଷକ ଭାବେ ଚୟନ କରାଯାଇଥିଲା। ତେବେ କୋଷାଧ୍ୟକ୍ଷ ସଞ୍ଜୟ କୁମାର ସାହୁ ପୂର୍ବ ଭଳି ପୁଣି ଦାୟିତ୍ବ ତୁଲାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।

ବୈଠକରେ ତାଳଚେର କଲେଜର ପୂର୍ବତନ ଅଧ୍ୟକ୍ଷ ଅଶୋକ ଶର୍ମା, ଲିଗାଲ ଆଡଭାଇଜର ନିର୍ମଳ ତ୍ରିପାଠୀ ପ୍ରମୁଖ, ଜିଲ୍ଲା ପରିଷଦ ସଦସ୍ୟ ନିରାକାର ପ୍ରଧାନ, ଗୋପାଳ ନାଏକ, ଯୁବନେତା ଦିନେଶ ପ୍ରଧାନ, କଣିହାଁ ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ, ପ୍ରେସ କ୍ଲବ ସଭାପତି ପୂର୍ଣ୍ଣ ଚନ୍ଦ୍ର ସାହୁ, ଡଃ ରଶ୍ମି ରଞ୍ଜନ ମିଶ୍ର, ବିମଳ ମିଶ୍ର, ବରିଷ୍ଠ ଓକିଲ ଅଜୟ ମିଶ୍ର, ଶୋଭଗିନୀ ଦେବୀ, ନିର୍ମଳ ସାହୁ, ତପନ କୁମାର ମହାରଣା, ପ୍ରକାଶ ସାହୁ, କୁଶ ବିହାରୀ ସାମଲ, ଜ୍ୟୋତି ରଂଜନ ଦାସଙ୍କ ସମେତ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ।

Share

Leave a Reply