ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ କଣ୍ଟେଇକୋଳିଆ ପଞ୍ଚାୟତର ଇଚ୍ଛାପୁରର ରାମପୁରପଡ଼ା ଅଞ୍ଚଳରେ ଚାଲିଥିବା ଗଣେଶ ପୂଜା ଅବସରରେ ଶନିବାର ଦିନ ଆଜ୍ଞା ଲଡ଼ୁ ନିଲାମ କରାଯାଇଛି। ଏଥିରେ ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ଦ୍ୱାରୀ ୨୪ ହଜାର ୨୦୦ ଟଙ୍କାରେ ନିଲାମ ନେଇ କିଣିଥିଲେ। ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ଶୈରେନ୍ଦ୍ରି ପ୍ରଧାନ, ଅନ୍ୟତମ ଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ୟ ବିଷ୍ଣୁପ୍ରିୟା ପ୍ରଧାନ, ସରପଞ୍ଚ ନୟନୀ ବେହେରା, ଅର୍ଜୁନ ସାହୁ, ପ୍ରମୋଦ ସାହୁ, ସୁବାସ ସାହୁ, ଜିତେନ୍ଦ୍ରୟ ଦେହୁରୀ, ସୌମ୍ୟ ରଞ୍ଜନ ସାହୁ, ନୀଳମାଧବ ସାହୁ ଯୋଗ ଦେଇଥିଲେ। ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।
ଇଚ୍ଛାପୁରରେ ଗଣେଶଙ୍କ ଆଜ୍ଞା ଲଡ଼ୁ ନିଲାମ, ୨୪ ହଜାର ୨୦୦ ଟଙ୍କାରେ କିଣିଲେ ପୂର୍ଣ୍ଣ ଚନ୍ଦ୍ର ଦ୍ୱାରୀ
- Post published:September 9, 2024
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik


