ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ହଣ୍ଡପା ଓ ଠାକୁରଗଡ ଥାନା ଅଞ୍ଚଳରେ ଚଢଉ କରି ୫୨ ଲିଟର ଦେଶୀ ମହୁଲି ମଦ ସହ ଏକ ବାଇକକୁ ଜବତ କରିଛି । ଏଥରେ ୩ ଜଣଙ୍କୁ ଗିରଫ କରିଛି । ହଣ୍ଡପା ଥାନା ସୋଲଣ୍ଡା ଗ୍ରାମରେ ଚଢଉ କରି ପଙ୍କଜିନୀ ପ୍ରଧାନଙ୍କ ଘରୁ ୧୨ ଲିଟର ଦେଶୀ ମହୁଲି ମଦ ଜବତ କରିଛି। ସେହି ପରି ଠାକୁରଗଡ ଥାନା କଳାପାଟନାଳି ଗ୍ରାମ କ୍ଷୀରୋଦ ସାହୁଙ୍କ ଠାରୁ ୨୫ ଲିଟର ଦେଶୀ ମହୁଲି ମଦ ଜବତ କରାଯିବା ସହ ସେ ଏହି ମଦକୁ ବାହାରକୁ ଏକ ବାଇକ ନମ୍ବର ଓଆର ୧୯୫୧୫ ରେ ଚାଲାଣ କରୁଥିବା ଏହାକୁ ଜବତ କରାଯାଇଛି । ସେହି ପରି ସେହି ଗ୍ରାମର ଭାବଗ୍ର।ହୀ ବେହେରାଙ୍କ ଘରୁ ୧୫ ଲିଟର ଦେଶୀ ମହୁଲି ମଦ ଜବତ କରାଯାଇଛି । ସେମାନେ ଚୋରାରେ ମଦ ବିକ୍ରି କରୁଥିବା ଖବର ପାଇଁ ଅବକାରୀ ନିରୀକ୍ଷକ କୌଶଲ୍ୟା ଜେନା, ଉପ ନିରିକ୍ଷକ ପ୍ରଫୁଲ କୁମାର ପତିଙ୍କ ସମେତ କର୍ମଚାରି ମାନେ ଚଢଉ କରି ଗିରଫ କରିଥିଲେ ।
ଅବକାରୀ ଚଢଉ,୩ ଗିରଫ
- Post published:August 31, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
