ବଇଣ୍ଡା କଲେଜରେ ବାଲ୍ୟ ବିବାହ ବିରୋଧୀ ବକ୍ତୃତା ପ୍ରତିଯୋଗିତା, କୁପ୍ରଭାବ ବିଷୟରେ ଆଲୋଚନା

You are currently viewing ବଇଣ୍ଡା କଲେଜରେ ବାଲ୍ୟ ବିବାହ ବିରୋଧୀ ବକ୍ତୃତା ପ୍ରତିଯୋଗିତା, କୁପ୍ରଭାବ ବିଷୟରେ ଆଲୋଚନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଇଣ୍ଡା ଠାରେ ଜନତା ମହାବିଦ୍ୟାଳୟରେ ବିଶ୍ଵ ଯୁବ କେନ୍ଦ୍ର ଦ୍ଵାରା ପରିଚାଳିତ ଆକ୍ସେସ ଟୁ ଜସ୍ଟିସ କାର୍ଯ୍ୟକ୍ରମ ଓ ତ୍ରିଧାର ସାହିତ୍ୟ ସଂସଦର ମିଳିତ ଉଦ୍ୟମରେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଅତିଥି ଭାବେ ବିଶ୍ଵ ଯୁବ କେନ୍ଦ୍ରର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର, ତ୍ରିଧାର ସାହିତ୍ୟ ସଂସଦର ସଭାପତି ରମେଶ ଚନ୍ଦ୍ର ମିଶ୍ର, ଜନତା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ ଖମାରି, ଅଧ୍ୟାପକ ନିରଞ୍ଜନ ଦାସ, ଅଞ୍ଜନ ପ୍ରଧାନ ଯୋଗ ଦେଇଥିଲେ।

“ବାଲ୍ୟ ବିବାହ ଓ ସମାଜ ଉପରେ ଏହାର ପ୍ରଭାବ” ଉପରେ ଉପସ୍ଥାପନା କରିଥିଲେ। ପରେ ନିର୍ଦ୍ଦେଶକ ପିଲାମାନଙ୍କୁ ସଂକ୍ଷେପରେ ଉଦାହରଣ ଦେଇ ବାଲ୍ୟ ବିବାହର କୁପରିଣାମ ଓ ସମାଜ ଉପରେ ପଡ଼ୁଥିବା ଏହାର କୁପ୍ରଭାବ ବିଷୟରେ ଆଲୋଚନା କରିଥିଲେ। ପରିଶେଷରେ ତ୍ରିଧାର ସାହିତ୍ୟ ସଂସଦର ସଭାପତି ରମେଶ ଚନ୍ଦ୍ର ମିଶ୍ର ପିଲାଙ୍କୁ ଉତ୍ସାହିତ କରିଥିଲେ। ଛାତ୍ରଛାତ୍ରୀ ଓ ଅତିଥି ବାଲ୍ୟ ବିବାହ ନିଷେଧ ପାଇଁ ଶପଥ ପାଠ କରିଥିଲେ। ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ଆସନ୍ତା ଜାନୁଆରୀ ୧୮ତାରିଖରେ ଅନୁଷ୍ଠିତ ହେବାକୁ ଥିବା ତ୍ରିଧାରା ସାହିତ୍ୟ ସଂସଦ ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବ। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ବିଶ୍ଵ ଯୁବ କେନ୍ଦ୍ରର ସଂଯୋଜିକା ପୂଜା ସ୍ୱାଇଁ। ସହଯୋଗ କରିଥିଲେ କ୍ଷେତ୍ର ଅଧିକାରୀ ଜ୍ୟୋସ୍ମିତା ପ୍ରଧାନ।

Share

Leave a Reply