ଅନୁଗୁଳ: ସ୍ଥାନୀୟ ଛେଣ୍ଡିପଦା ବ୍ଲକ ନିଶା ଥାନା କୁଦପାଳ ଛକ ନିକଟ ରାସ୍ତାରେ ଏକ କୋଇଲା ବୋଝେଇ ଟ୍ରକ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ସୂଚନା ମୁତାବକ, ଶନିବାର ବିଳମ୍ବିତ ରାତିରେ ଜିନ୍ଦଲରୁ ଛେଣ୍ଡିପଦା ଅଭିମୁଖେ ଯାଉଥିବା କୋଇଲା ବୋଝେଇ ଟ୍ରକ (ଓଡି ୩୫ ଡି ୭୦୧୪) ୬୩ ନମ୍ୱର୍ ଜାତୀୟ ରାଜପଥ କୁଦପାଳ ଛକ ନିକଟରେ ଭାରସାମ୍ୟ ହରାଇ ୧୦ ଫୁଟ ତଳକୁ ଖସି ପଡ଼ିଥିଲା। ଫଳରେ ଟ୍ରକରେ ଲାଗି ୧୧ କେଭି ତାର ଛିଣ୍ଡି ଯାଇଛି। ଏହି ଦୁର୍ଘଟଣାରେ ଡ୍ରାଇଭର ଅଳ୍ପକେ ବଞ୍ଚିଯାଇଥିବା ଜଣାଯାଇଛି।