ହାଇୱା ଧକ୍କାରେ ଗାଈ ମୃତ୍ୟୁ ଯୁବକ ଗୁରୁତର ରାସ୍ତା ବରୋଧ କଲେ ଗ୍ରାମବାସୀ

You are currently viewing ହାଇୱା ଧକ୍କାରେ ଗାଈ ମୃତ୍ୟୁ ଯୁବକ ଗୁରୁତର  ରାସ୍ତା ବରୋଧ କଲେ ଗ୍ରାମବାସୀ

ଅନୁଗୁଳ: ଅନୁଗୁଳ ନିଶା ଥାନା ଅନ୍ତର୍ଗତ ପରଙ୍ଗ ଠାରେ ମଦ୍ୟପ ହାଇୱା ଚାଳକ ଧକ୍କା ଦେବାରୁ ଗୋଟିଏ ଗାଈ ମୃତ୍ୟୁ ହେବା ସହିତ ଜଣେ ଯୁବକ ଗୁରୁତର ଅଛନ୍ତି।

ସୂଚନା ମୁତାବକ, ଗତ କାଲି ରାତିରେ ଏକ କୋଇଲା ବୋଝେଇ ହାଇୱା ( ଓଡି୧୬ ଏମ ୦୩୨୭) ଛେଣ୍ଡିପଦାରୁ ଅନୁଗୁଳ ଆସୁଥିଲା ବେଳେ ଏହି ଦୁର୍ଘଟଣା ଘଟିଛି। ହାଇୱା ଡ୍ରାଇଭର ପରଙ୍ଗ ଠାରେ ପ୍ରଥମେ ଏକ ଗାଈକୁ ଧକ୍କା ଦେବାରୁ ଗାଈର ମୃତ୍ୟୁ ଘଟୁଥିଲା। ଏହାପରେ ଭାରସ୍ୟାମ ହରାଇ ହାଇୱା ଓଲଟି ପଡିଥିଲା। ଓଲଟି ପଡିବା ଦ୍ୱାରା ହାଇୱାରେ ଥିବା କୋଇଲା ରାସ୍ତା ଉପରେ ପଡିବା ସହିତ ପରଙ୍ଗ ଗାଁର ଆଶ୍ୱିନ ମହାଖୁଡ଼ (୨୯) ନାମକ ଯୁବକ ଉପରେ କୋଇଲା ପଡିଥିଲା। ଅଶ୍ଵିନଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଅନୁଗୁଳ ମେଡିକାଲରେ ଭର୍ତି ଆରିଥିଲେ। ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନନ୍ତର କରାଯାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାଇ ଗାଡି ଚାଳକ ପ୍ରଚୁର ମଦ୍ୟ ପାନ କରିଥିଲା। ଏହି ଘଟଣାକୁ ନେଇ ଆଜି ସକାଳୁ ସ୍ଥାନୀୟ ଲୋକ ୬୩ ନଂ ରାଜ୍ୟ ରାଜପଥ ଅବରୋଧ କରିବା ସହିତ କ୍ଷତି ପୂରଣ ଦାବି କରୁଛନ୍ତି।

Share

Leave a Reply