ନାଳ ସୁରକ୍ଷାବାଡ଼ରେ ପିଟି ହୋଇ ବାଇକ ଚାଳକଙ୍କ ମୃତ୍ୟୁ, ଜଣେ ଗୁରୁତର

You are currently viewing ନାଳ ସୁରକ୍ଷାବାଡ଼ରେ ପିଟି ହୋଇ ବାଇକ ଚାଳକଙ୍କ ମୃତ୍ୟୁ, ଜଣେ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା-ବାଗଡିଆ ୧୪୯ (ବି) ଜାତୀୟ ରାଜପଥର ବଡ଼ଯୋରା ନାଳ ସୁରକ୍ଷାବାଡ଼ରେ ପିଟି ହୋଇ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ଏଥିସହ ଜଣେ ନାବାଳକ ଗୁରୁତର ଆହତ ହୋଇଛି। ମୃତକ ଜଣଙ୍କ କୋଲକାତା ମୁର୍ସିଦାବାଦ ସୁକୁଟୀ ଥାନା ଅଞ୍ଚଳର ନାଜିର ବୋଲି ଜଣାପଡ଼ିଛି। ଗୁରୁତର ଆହତ ଜଣକ ହେଲେ ପୋଡାପଡା ଗ୍ରାମର କାହ୍ନା ନାଏକ।

ସୂଚନା ମୁତାବକ, ନାଜିର ଛେଣ୍ଡିପଦା ଥାନା ପୋଡାପଡା ଗ୍ରାମରେ ମିସ୍ତ୍ରୀ କାମ କରନ୍ତି। କିଛି କାମରେ ସେ ମୋଟର ସାଇକେଲରେ କାହ୍ନା ନାଏକଙ୍କୁ ବସାଇ ବାଗଡିଆ ବଜାରକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ବଡ଼ଯୋରା ନାଳ ସୁରକ୍ଷା ବାଡ଼ରେ ପିଟି ହୋଇଯାଇଥିଲେ। ଫଳରେ ଘଟଣାସ୍ଥଳରେ ନାଜିରଙ୍କର ମୃତ୍ୟୁ ହୋଇଥିଲା ବେଳେ କାହ୍ନା ଗୁରୁତର ହୋଇଛନ୍ତି। କାହ୍ନାଙ୍କୁ ସ୍ଥାନୀୟ ଲୋକ ଛେଣ୍ଡିପଦା ମେଡ଼ିକାଲରେ ଭର୍ତ୍ତି କରିଥିଲେ।

ଖବର ପାଇ ବାଗଡିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଓ ମୋଟର ସାଇକେଲକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

Share

Leave a Reply