ହାଇୱା ଧକ୍କାରେ ବ୍ୟବସାୟୀଙ୍କ ମୃତ୍ୟୁ, ରାସ୍ତା ଅବରୋଧ କଲେ ଉତ୍ତ୍ଯକ୍ତ ଲୋକେ

You are currently viewing ହାଇୱା ଧକ୍କାରେ ବ୍ୟବସାୟୀଙ୍କ ମୃତ୍ୟୁ, ରାସ୍ତା ଅବରୋଧ କଲେ ଉତ୍ତ୍ଯକ୍ତ ଲୋକେ

ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ତୁରଙ୍ଗ ସ୍ଥିତ ପ୍ରଶାନ୍ତି ହୋଟେଲ ନିକଟରେ ହାଇୱା ଧକ୍କାରେ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟବସାୟୀ ଢେଙ୍କାନାଳ ଜିଲ୍ଲାର ଦୁଷ୍ମନ୍ତ କୁମାର ପଣ୍ଡା ବୋଲି ଜଣାପଡ଼ିଛି।

ସୂଚନା ମୁତାବକ, ଦୁଷ୍ମନ୍ତ ଦୁର୍ଗା ହୋଟେଲ ନିକଟରେ ସ୍ପେୟାର ପାର୍ଟସ ଦୋକାନ କରିଥିବା ବେଳେ ଆଜି ଅପରାହ୍ନ ୨ ଟା ୩୦ ମିନିଟ ବେଳେ ସ୍ପେୟାର ପାର୍ଟସ ନେଇ ବସ ଷ୍ଟାଣ୍ଡକୁ ଯାଉଥିଲେ। ଏହି ସମୟରେ ଏକ ପାଉଁଶ ବୋଝେଇ ହାଇୱା ଧକ୍କା ଦେବା ସହ ତାଙ୍କୁ କିଛି ବାଟ ଯାଏଁ ଘୋଷାଡି ନେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେବା ସହ ଲୋକେ ରାଜପଥ ଅବରୋଧ କରିଥିଲେ। ଟାଉନ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିବା ଜଣାଯାଇଛି।

Share

Leave a Reply