ଆଦର୍ଶ ଗ୍ରାମ ହେବ ଅନୁଗୁଳ ଜିଲ୍ଲାର ବରପୁତ୍ର ପଦ୍ମଶ୍ରୀ ରାଧାମୋହନ ଗଡନାୟକଙ୍କ ଜନ୍ମସ୍ଥାନ ବଅଁରପାଳ ବ୍ଲକର କଲଣ୍ଡାପାଳ ଗ୍ରାମ

You are currently viewing ଆଦର୍ଶ ଗ୍ରାମ ହେବ ଅନୁଗୁଳ ଜିଲ୍ଲାର ବରପୁତ୍ର ପଦ୍ମଶ୍ରୀ ରାଧାମୋହନ ଗଡନାୟକଙ୍କ ଜନ୍ମସ୍ଥାନ ବଅଁରପାଳ ବ୍ଲକର କଲଣ୍ଡାପାଳ ଗ୍ରାମ

ଅନୁଗୁଳ: ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସନ୍ତୋଷ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କୋର୍ଟ ରୁମ୍ ଠାରେ ଆଦର୍ଶ ଗ୍ରାମ ସମ୍ପର୍କରେ ଏକ ବୈଠକ ଗତ ଶନିବାର ଅନୁଷ୍ଠିତ ହୋଇଛି। ବୈଠକରେ ଜିଲ୍ଲା ସଂସ୍କୃତି ଅଧିକାରୀ ଦୁଃଶାସନ ନାଏକ ସମସ୍ତଙ୍କୁ ସ୍ବାଗତ କରିବା ସହ ଆଦର୍ଶ ଗ୍ରାମ ସମ୍ପର୍କରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଆସିଥିବା ମାର୍ଗ ଦର୍ଶନ ସମ୍ପର୍କରେ ଅବଗତ କରାଇଥିଲେ। ଏ ଅବସରରେ ଆଦର୍ଶ ଗ୍ରାମ ପ୍ରତିଷ୍ଠା ସମ୍ପର୍କରେ ଆଲୋଚନା କରାଯାଇଥିଲା।

ସୂଚନାଯୋଗ୍ୟ ଯେ ଅନୁଗୁଳ ଜିଲ୍ଲାର ବରପୁତ୍ର ପଦ୍ମଶ୍ରୀ ରାଧାମୋହନ ଗଡନାୟକଙ୍କ ଜନ୍ମସ୍ଥାନ ବଅଁରପାଳ ବ୍ଲକର କଲଣ୍ଡାପାଳ ଗ୍ରାମକୁ ରାଜ୍ୟ ସରକାର ଆଦର୍ଶ ଗ୍ରାମ ରୂପେ ଚିହ୍ନଟ କରିଛନ୍ତି। ଆଦର୍ଶ ଗ୍ରାମ ନିମନ୍ତେ ରାଜ୍ୟ ସରକାରଙ୍କ ଠାରୁ ଆସିଥିବା ମାର୍ଘ ଦର୍ଶିକା ଅନୁଯାୟୀ ସମସ୍ତ କାର୍ଯ୍ୟର ସଠିକ୍ ପରିଚାଳନା ନିମନ୍ତେ ଏକ କମିଟି ଗଠନ କରାଯାଇଥିଲା। କମିଟିର ସଦସ୍ୟ ଭାବେ ବିଜୟ ନାଥ, ଅଧ୍ୟକ୍ଷ, ଜିଲ୍ଲା ସଂସ୍କୃତି ଅଧିକାରୀ, ସମ୍ପାଦକ, ଆଲୋକ ଗଡନାୟକ, ଉପାଧ୍ୟକ୍ଷ, ନିର୍ମଳ କୁମାର ସାହୁ, ସରପଞ୍ଚ, ନବ କିଶୋର ରାଉତ, ଗ୍ରାମ ସଭାପତି, ଶିବରାମ ଗଡନାୟକ, କଲଣ୍ଡାପାଳ ଗ୍ରାମ ସମ୍ପାଦକ, ସୁକାନ୍ତ କୁମାର ତ୍ରିପାଠୀ, ସହ ସମ୍ପାଦକ, ଶାନ୍ତନୁ କୁମାର ସର, ଜିଲ୍ଲା ସାହିତ୍ୟ ସଂସଦ, ରାଧାକାନ୍ତ ମହାନ୍ତି, ଜିଲ୍ଲା ସାହିତ୍ୟ ସଂସଦ, ବଅଁରପାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଉପଦେଷ୍ଟା ଅଛନ୍ତି।

କଲଣ୍ଡାପାଳଗ୍ରାମର ମୁଖ୍ୟ ପ୍ରବେଶ ଦ୍ବାର ଠାରେ ରାଧାମୋହନ ଗଡନାୟକଙ୍କ ନାମ ଫଳକ କରିବା ନିମନ୍ତେ ବୈଠକରେ ସ୍ଥିର ହୋଇଛି।

Share

Leave a Reply