ଟ୍ରକ ପଛରେ ପିଟିଲା ସ୍କୁଟି, ଚିକିତ୍ସାଧୀନ ଅବସ୍ଥାରେ ଚାଳକ ମୃତ

You are currently viewing ଟ୍ରକ ପଛରେ ପିଟିଲା ସ୍କୁଟି, ଚିକିତ୍ସାଧୀନ ଅବସ୍ଥାରେ ଚାଳକ ମୃତ

ଛେଣ୍ଡିପଦା : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଗୋପୀନାଥପୁର ଠାରେ ଥିବା ଜିନ୍ଦଲ ପେଟ୍ରୋଲ ପମ୍ପ ନିକଟରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ସ୍କୁଟି ଧକ୍କା ଦେବା ଫଳରେ ଚାଳକଙ୍କ ମୃତ୍ୟୁ ହେଇଛି। ମୃତ ସ୍କୁଟି ଚାଳକ ଛେଣ୍ଡିପଦାର ଦାମୋଦର ସାହୁ ବୋଲି ଜଣାପଡ଼ିଛି।

ସୂଚନା ମୁତାବକ, ଦାମୋଦର ଶୁକ୍ରବାର ସନ୍ଧ୍ୟାରେ କୋଶଳାରୁ ନିଜ ସ୍କୁଟିରେ ଅନୁଗୁଳ – ଛେଣ୍ଡିପଦା ୬୩ ନମ୍ୱର ରାଜ୍ୟ ରାଜପଥରେ ଘରକୁ ଫେରୁଥିବା ବେଳେ ଜିନ୍ଦଲ ପେଟ୍ରୋଲ ପମ୍ପରେ ତେଲ ପକାଇବାକୁ ଯାଉଥିବା ବେଳେ ରାସ୍ତା କଡ଼ରେ ଥୁଆ ହୋଇଥିବା କୋଇଲା ବୋଝଇ ଟ୍ରକ୍ ପଛରେ ପିଟି ହୋଇଯାଇଥିଲେ। ଫଳରେ ଘଟଣାସ୍ଥଳରେ ସେ ଗୁରୁତର ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଛେଣ୍ତିପଦା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତାଙ୍କ ମୁଣ୍ତ ଓ ଛାତିରେ ଗଭୀର ଆଘାତ ଲାଗିଥିବାରୁ ଡାକ୍ତର ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଖବର ପାଇ ଛେଣ୍ଡିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ସ୍କୁଟି ଓ ଟ୍ରକକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Share

Leave a Reply