ଅଳଙ୍କାର ଦୋକାନରୁ ଚୋରି ଦେଢ଼ କିଲୋ ରୁପା, ୯ ଗ୍ରାମ୍ ସୁନା ଲୁଟିନେଲେ

0

ଅନୁଗୁଳ: ତାଳଚେର ଥାନା ଇଲାକା ତାଳବେଡ଼ା ଛକରେ ଏକ ବଡ଼ଧରଣର ଚୋରି ହୋଇଛି। ଦୁର୍ବୃତ୍ତ ଏକ ଅଳଙ୍କାର ଦୋକାନ ଓ ପୂଜା ସାମଗ୍ରୀ ଦୋକାନରେ କଳାକନା ବୁଲାଇଛନ୍ତି। ଅଳଙ୍କାର ଦୋକାନରୁ ଦେଢ଼ କିଲୋ ରୁପା ସାଙ୍ଗକୁ ୯ ଗ୍ରାମର ସୁନା ଲୁଟି ନେଇଛନ୍ତି। ଏ ନେଇ ତାଳଚେର ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ୍ ମାମଲା ରୁଜ୍ଜୁ କରି ଅନୁସନ୍ଧାନ ଚଳାଇଛି। ପୁଲିସ୍ ସୂଚନା ମୁତାବକ, ତାଳବେଡ଼ାଠାରେ ମଦନ ମୋହନ ସେନାପତିଙ୍କ ଏକ ଅଳଙ୍କାର ଦୋକାନ ରହିଛି । ସେ ସୋମବାର ରାତି ୮ଟା ବେଳେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ମଙ୍ଗଳବାର ସକାଳେ ଦୋକାନରେ ପହଞ୍ଚିବା ବେଳକୁ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ଦୁର୍ବୃତ୍ତ ଦୋକାନ ଭଙ୍ଗାରୁଜା କରିବା ସହିତ ଦେଢ଼ କିଲୋ ରୁପା ଗହଣା, ଏକ ମଙ୍ଗଳସୂତ୍ର ସହ ୯ ଗ୍ରାମ୍ ଓଜନର ସୁନା ନେଇ ଯାଇଥିଲେ। ଏଥିସହିତ ତାଙ୍କ ଦୋକାନ ପାଖରେ ଥିବା ଏକ ପୂଜା ସାମଗ୍ରୀ ଦୋକାନରୁ ମଧ୍ୟ ଲୁଟପାଟ୍ କରିଥିଲେ ଦୁର୍ବୃତ୍ତ। ଦୋକାନର ତାଲା ଭାଙ୍ଗି ବିପୁଳ ପରିମାଣର ପୂଜା ସାମଗ୍ରୀ ଧରି ଚମ୍ପଟ୍ ମାରିଥିଲେ।

Leave A Reply

Your email address will not be published.

error: Content is protected !!