ଅନୁଗୁଳ: ନିଶା ଶିଳ୍ପାଞ୍ଚଳ ଥାନା ଇଲାକାରେ ବଡ଼କେରେଜାଙ୍ଗଠାରେ ଥିବା ଏକ ମଦ କାଉଣ୍ଟରରୁ ଚୋର ପେଟି ପେଟି ମଦ ବୋହି ନେଇଛନ୍ତି। ଚୋରି ହୋଇଥିବା ମଦର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ।କାଉଣ୍ଟର ଆଲମିରାରୁ ଦୁର୍ବୃତ୍ତ ଭଳିକି ଭଳି ଦାମୀ ବ୍ରାଣ୍ଡ୍ର ମଦ ବସ୍ତାରେ ବୋହି ନେଇଛନ୍ତି। ଚୋରି ବେଳର ସମସ୍ତ ଦୃଶ୍ୟ କାଉଣ୍ଟରରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ଏନେଇ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ୍ ମାମଲା ରୁଜ୍ଜୁ କରି ଖୋଳତାଡ଼ ଚଳାଇଛି।ପୁଲିସ୍ ସୂ ଚ ନା ମୁତାବକ, ବଡ଼ କେରେଜାଙ୍ଗରେ ଏକ ଠିପି ବନ୍ଦ ବିଦେଶୀ ମଦ ଦୋକାନ ରହିଛି। ସେଠାରେ କୁଶାସିଂହା ଗ୍ରାମର କିଶୋର ଚନ୍ଦ୍ର ଭୂତିଆ ମ୍ୟାନେଜର ଅଛନ୍ତି। ଶ୍ରୀ ଭୂତିଆ ଓ ତାଙ୍କ ସହକର୍ମୀ ମଙ୍ଗଳବାର ସନ୍ଧ୍ୟା ୮ଟାରେ କାଉଣ୍ଟର ବନ୍ଦ କରି ଘରକୁ ଯାଇଥିଲେ। ମାତ୍ର ବୁଧବାର ସକାଳେ ଆସି କାଉଣ୍ଟର ଖୋଲିଲା ବେଳକୁ ଉପର ଆଜବେଷ୍ଟସ ତଡ଼ାଯାଇଥିବା ଦେଖିବାକୁ ପାଇଥିଲେ । ଏମିତିକି ଦୋକାନ ଭିତରୁ ୫ ପେଟି ଦାମୀ ବ୍ରାଣ୍ଡର ମଦ ଗାଏବ୍ ହୋଇଥିବା ଦେଖି ଥିଲେ । ସିସିଟିଭି ଯାଞ୍ଚ କରିବାରୁ ଜଣେ ଯୁବକ ଦୋକାନରେ ପଶି ଚୋରି କରିଥିବା ଦେଖିବାକୁ ମିଳିଥିଲା। ପାଟିରେ ମୋବାଇଲ୍ ଧରି ଦୁର୍ବୃତ୍ତ ଆଲମିରାରୁ ମଦ ସବୁ ବସ୍ତାରେ ଭର୍ଭି କରିଥିଲା ସହଯୋଗୀ ମଦ ବସ୍ତାକୁ ମଟର ସାଇକେଲ୍ରେ ଲଦି ଚମ୍ପଟ ମାରିଥିବା ଦେଖିବାକୁ ପାଇଥିଲେ। ଏନେଇ ଶ୍ରୀ ଭୂତିଆ ନିଶା ଶିଳ୍ପାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍ ଏ ସଂକ୍ରାନ୍ତରେ ମାମଲା ରୁଜ୍ଜୁ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳର କେହି ଦୁର୍ବୃତ୍ତ ଏଥିରେ ସାମିଲ ଥିବା ଅନୁମାନ କରୁଛି।
ମଦ କାଉଣ୍ଟର୍ରୁ ଚୋରି,ବୋହିନେଲେ ପେଟି ପେଟି ମଦ
- Post published:August 12, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Sanjeeb Biswal
