ଅନୁଗୁଳ: ଛେଣ୍ଡିପଦା ଥାନା ବାଲିପଟା ଛକ ନିକଟରେ ଟ୍ରକ ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ପୋଲିସ ମୁତାବକ, ବାଲିପଟା ଗୋଛାୟତ ସାହିର ବବୁଲ ଗୋଛାୟତ (୨୬) ଗତ ଶୁକ୍ରବାର ରାତି ୧୦ ଟା ସମୟରେ ଗାଁରୁ ଦଣ୍ଡ ଠାକୁରଙ୍କ ପୂଜା ଶେଷ କରି ଢୋଲ ବାଜା ଧରି ଗାଁ କାଳି ମନ୍ଦିର ନିକଟକୁ ଯାଉଥିଲେ। ସେହି ସମୟରେ ଜରପଡ଼ାରୁ ଛେଣ୍ଡିପଦା ଯାଉଥିବା ଏକ ଟ୍ରକ (OD 14 B 8767) ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ବବୁଲ ଗୁରୁତର ହୋଇ ତଳେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ବବୁଲକୁ ଉଦ୍ଧାର କରି ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରୁ ତାଙ୍କୁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କ ମୃତ୍ୟୁ ହୋଇଛି।
ଖବର ପାଇ ଛେଣ୍ଡିପଦା ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହିତ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
ଅଜଣା ଟ୍ରକ ଧକ୍କାରେ ଯୁବକ ମୃତ, ବ୍ୟବଚ୍ଛେଦ ପରେ ପରିବାରକୁ ଶବ ହସ୍ତାନ୍ତର କଲା ପୋଲିସ
