ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

You are currently viewing ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ସଦର ଥାନା ଅଞ୍ଚଳର ଜଣେ ୧୫ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୁଲିସ ଗୁରୁବାର ଜଣେ ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ,  ୭ମାସ ତଳେ ନାବାଳିକାଙ୍କୁ କୁମଣ୍ଡ ଗାଣ୍ଡୁପଡ଼ିଆର ରମେଶ ଗୋଛାୟତ(୨୨) ନାମକ ଜଣେ ଯୁବକ ବାଡ଼ିଆପିଟାକରି ନାବାଳିକାଙ୍କୁ ନେଇ ପଳାଇଥିଲେ। ତାଙ୍କସହ ବାରମ୍ବାର ଦୁର୍ଷ୍ମକରିଥିଲେ। ଏ ନେଇ ନାବାଳିକାଙ୍କ ପରିବାର ତରଫରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗପାଇ ପୁଲିସ ଥାନା କେସ ନଂ- ୩୭୯/୨୨ରେ ଦଫା ୩୭୬(୨)(ଏନ୍), ୨୯୪, ୩୨୩,୪୪୭,୩୦୭, ୫୦୬, ୩୪ ଓ ପୋକ୍ସୋ ଆଇନର ଧାରା ୬ରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଥିଲା। ଗୁରୁବାର ନାବାଳିକାଙ୍କୁ ଉଦ୍ଧାର କରାଯିବାସହ ରମେଶଙ୍କୁ ଗିରଫ କରାଯାଇ ଉଭୟଙ୍କ ଡ଼ାକ୍ତରୀ ପରୀକ୍ଷା କରାଯାଇଛି। ଅଭିଯୁକ୍ତ ରମେଶଙ୍କୁ କୋର୍ଟ ଚାଲାଣ କରାଯାଇଛି।

Share

Leave a Reply