ବୋହୂକୁ ନିର୍ଯ୍ୟାତନା ଦେବା ଅଭିଯୋଗରେ ଶ୍ୱଶୁର ଓ ଦେଢଶୁର ଅଟକ

You are currently viewing ବୋହୂକୁ ନିର୍ଯ୍ୟାତନା ଦେବା ଅଭିଯୋଗରେ ଶ୍ୱଶୁର ଓ ଦେଢଶୁର ଅଟକ

ଅନୁଗୁଳ: ବୋହୂକୁ ନିର୍ଯାତନା ଦେବା ଅଭିଯୋଗରେ ନାଲକୋ ଥାନା ପୋଲିସ ଶ୍ୱଶୁର ଓ ଦେଢ଼ଶୁରକୁ ଥାନାରେ ଅଟକ ରଖିଛି।
ସୂଚନା ମୁତାବକ, କନ୍ୟାବେଡାର ବନିତା ସାହୁଙ୍କୁ ତାଙ୍କ ଶ୍ୱଶୁର ଧଡ଼ିଆ ସାହୁ ଏବଂ ଦେଢଶୁର ଲକ୍ଷ୍ମୀକାନ୍ତ ସାହୁ ଦୀର୍ଘ ଦିନ ଧରି ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ସୋମବାର ଏହି ଯନ୍ତ୍ରଣା ସୀମା ଟପିବାରୁ ବନିତା ଥାନାର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ଘଟଣାରେ ଏକ ମାମଲା ରୁଜୁ କରି ଦୁହିଁଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି। ଉଭୟଙ୍କୁ ଥାନାରେ ଅଟକ ରଖିଛି।

Share

Leave a Reply