ନବବଧୂଙ୍କୁ ହତ୍ୟା ଅଭିଯୋଗ

You are currently viewing ନବବଧୂଙ୍କୁ ହତ୍ୟା ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ତଳମୂଳ ଗାଁରେ ଜଣେ ନବବଧୂଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲେକେ ଅଭିଯୋଗ କରିଛନ୍ତି।

ସୂଚନା ଯେ, ପୁରୀକିଆ ଗାଁର ନିଶାମଣି ଅମାନ୍ତଙ୍କ ଝିଅ ମିତାଲି ଅମାନ୍ତ ତଳମୂଳ ଗାଁର ଦିପୁ ପଟ୍ଟନାୟକଙ୍କ ସହ ବୈଦିକ ରୀତିରେ ୪ ମାସ ତଳେ ବିବାହ କରିଥିଲେ। ପରିବାରରେ ସବୁ ଠିକ୍ ଚାଲିଥିଲା। କିନ୍ତୁ ମଙ୍ଗଳବାର ବିଳମ୍ବିତ ରାତିରେ କୌଣସି କାରଣରୁ ମିତାଲି ତାଙ୍କ ଶୋଇବା ଘରେ ବେକରେ ପିନ୍ଧାଲୁଗାରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ସେହି କୋଠରୀରେ ଶୋଇଥିବା ଦିପୁ ସଙ୍ଗେ ସଙ୍ଗେ ପରିବାର ଲୋକଙ୍କୁ ଉଠାଇ ତାଙ୍କ ବେକରୁ ଲୁଗାକୁ କାଟି ତଳକୁ ଆଣିଥିଲେ। ତେବେ ସେତେବେଳକୁ ମିତାଙ୍କ ମୃତ୍ୟୁ ହୋଇଯାଇଥିଲା। ଏ ନେଇ ମିତାଲିଙ୍କ ବାପାଙ୍କୁ ମୃତ୍ୟୁ ହୋଇଥିବା ଖବର ଦେଇଥିଲେ। କିନ୍ତୁ ପରିବାର ଲୋକେ ମିତାଲିଙ୍କୁ ଶଶୁରଘର ଲୋକେ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି। ଅଭିଯୋଗପାଇ ପୋଲିସ ଏକ ମାମଲା ରୁଜୁକରି ଶବକୁ ଜବତକରି ବ୍ୟବଚ୍ଛେଦ କରାଇଛି। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Share

Leave a Reply