ଛେଳି ଚରାଳିକୁ ଜବରଦସ୍ତି ଦୁଷ୍କର୍ମ: ଅଭିଯୁକ୍ତକୁ ୧୦ବର୍ଷ ଜେଲଦଣ୍ଡ ଓ ଜୋରିମାନା

You are currently viewing ଛେଳି ଚରାଳିକୁ ଜବରଦସ୍ତି ଦୁଷ୍କର୍ମ: ଅଭିଯୁକ୍ତକୁ ୧୦ବର୍ଷ ଜେଲଦଣ୍ଡ ଓ ଜୋରିମାନା

ଅନୁଗୁଳ: ମଙ୍ଗଳବାର ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ସେସନ ଜଜ ଜଣେ ଦୁଷ୍କର୍ମକାରୀକୁ ୧୦ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି।
ସୂଚନା ମୁତାବକ, ୨୮. ୮. ୨୦୨୨ଦିନ ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ଯୁବତୀ ଛେଳି ଚରାଇବାକୁ ଯାଇଥିବା ବେଳେ କାଠପାଳ ଗ୍ରାମର ଧବଳ ମାଝୀ ତାଙ୍କୁ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲେ। ଏନେଇ ସମ୍ପୃକ୍ତା ଯୁବତୀ ଛେଣ୍ଡିପଦା ଥାନାରେ ଲିଖିତ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଧବଳ ମାଝୀକୁ ଗିରଫ କରି କୋର୍ଟଚାଲାଣ କରିଥିଲା।

ଅତିରିକ୍ତ ଜିଲ୍ଲା ଓ ସେସନ ଜଜ ହୃଷିକେଶ ଆଚାର୍ଯ୍ୟ ମାମଲାର ଶୁଣାଣି କରି ଅଭିଯୁକ୍ତ ଧବଳ ମାଝୀକୁ ୧୦ଜଣ ସାକ୍ଷୀ ପ୍ରମାଣ ଆଧାରରେ ୧୦ବର୍ଷ ଜେଲଦଣ୍ଡ ରେ ଦଣ୍ଡିତ କରିବାସହ ୧୦ ହଜାର ଟଙ୍କା ଜୋରିମାନା ଆଦେଶ କରିଛନ୍ତି। ଜୋରିମାନା ଅନାଦେୟ ଅଧିକ ୬ମାସ ଜେଲଦଣ୍ଡ ଶୁଣାଣି କରିଛନ୍ତି। ସରକାରଙ୍କ ପକ୍ଷରୁ ଆଡଭୋକେଟ ତାପସ ରଞ୍ଜନ ମିଶ୍ର ମାମଲା ପରିଚାଳନା କରୁଥିଲେ।

Share

Leave a Reply