ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଗୋପାଳପ୍ରସାଦ ଥାନା ଅଞ୍ଚଳରେ ପ୍ରାୟ ୧.୮୦ କୋଟି ଟଙ୍କା ମୂଲ୍ୟର ଗିଫ୍ଟକାର୍ଡ ଲୁଟ୍
ଘଟଣାରେ ସମ୍ପୃକ୍ତ ଅପରାଧିମାନଙ୍କୁ ଗୋପାଳ ପ୍ରସାଦ ଥାନା ଏବଂ ଅନୁଗୁଳ ସ୍ପେଶାଲ ସ୍କ୍ୱାର୍ଡ ଧରିବାରେ ସଫଳ ହୋଇଛି। ପୋଲିସ ଏ ନେଇ ଜଣେ ମହିଳାଙ୍କ ସମେତ ତିନିଜଣଙ୍କୁ ଗିରଫ କରିଛି। ଲୁଟ୍ ହୋଇଥିବା ୨ହଜାର ୪ଶହ ୮ଟି ଗିଫ୍ଟକାର୍ଡ ମଧ୍ୟରୁ ୨ହଜାର ୨ଶହଟି ଉଦ୍ଧାର କରାଯାଇଛି।
ସୂଚନା ଅନୁଯାୟୀ, ଅଭିଯୁକ୍ତ ମହେନ୍ଦ୍ର ରାଉତ ଭିପିଆର କମ୍ପାନୀର
ଜୁନିଅର ପ୍ରଜେକ୍ଟ ମ୍ୟାନେଜର୍ ଅନନ୍ତ ଫିଓ ଅଫିସ୍ରୁ ଛେଣ୍ଡିପଦାକୁ ୬ଟି କାର୍ଟୁନରେ ଗିଫ୍ଟ ଭାଉଚର ଭର୍ତ୍ତି କରି ଏକ ବୋଲେରୋରେ ଯାଉଥିବା ଖବର ପାଇଥିଲା। ଅନୁରୂପ ଭାବେ ସେ ତାଳଚେର ବ୍ଲକ ଅନ୍ତର୍ଗତ ଚାଳଗଡ଼ର ଅଭିଯୁକ୍ତ ମାମିନା ଦାସଙ୍କ ସହ ଏକ ଉପଯୁକ୍ତ ସ୍ଥାନରେ ଗିଫ୍ଟ ଭାଉଚର ଲୁଟ୍ କରିବାକୁ ଯୋଗଯୋଗ କରିଥିଲେ ।
ମାମିନା ଅପରାଧ ଘଟାଇବା ପାଇଁ ସୂତାଂଶୁ ଭୂଷଣ ସ୍ଵାଇଁଙ୍କୁ ଯୋଗଯୋଗ କରିଥିଲେ।
ଯୋଜନା ଅନୁଯାୟୀ ମାମିନା ଦାସ ତାଙ୍କ ସ୍କର୍ପିଓ ଗାଡ଼ିର ନମ୍ବର ପ୍ଲେଟ କାଢ଼ିଦେଇ ଗିଫ୍ଟ କାର୍ଡ ଯାଉଥିବା ବୋଲେରୋକୁ ପିଛା କରିବା ସହ ଏକ ନିର୍ଜନ ସ୍ଥାନରେ ୬ କାଟୁନ ଗିଫ୍ରିକାର୍ଡ ଲୁଟ୍ କରି ଫେରାର ହୋଇଯାଇଥିଲେ। ପୋଲିସ ଅଭିଯୁକ୍ତମାନଙ୍କ ଠାରୁ ୨ହଜାର ୨ଶହଟି ଗିଫ୍ଟକାର୍ଡ, ଗୋଟିଏ ସ୍କର୍ପିଓ, ନଗଦ ୬ଲକ୍ଷ ୪୭ହଜାର ୨ଶହ ଟଙ୍କା, ପ୍ରାୟ ୩ଶହ ୫ଗ୍ରାମ ସୁନା ଅଳଙ୍କାର ଓ ୩ଟି ମୋବାଇଲ ଫୋନ୍ ଜବତ କରି ତଦନ୍ତ ଚଳାଇଛି। ଏହି ମାମଲାରେ ସମ୍ପୃକ୍ତ ଆଉ ୩ଜଣ ଫେରାର୍ ହୋଇଯାଇଛନ୍ତି। ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ମଙ୍ଗଳବାର ତାଳଚେର ଟାଉନ ଥାନାରେ।ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅନୁଗୁଳ ଏସ୍ପି ସୂଚନା ଦେଇଛନ୍ତି।











