ଅନୁଗୁଳ: ପୁରୀ ଗୋବର୍ଦ୍ଧନ ପୀଠର ଆଦିତ୍ୟ ବାହିନୀ ଅନଗୁଳ ଜିଲ୍ଲା ଶାଖାର ୩୧ ଜଣିଆ ନୂତନ କାର୍ଯ୍ୟକାରୀ କମିଟି ରବିବାର ଚୟନ କରାଯାଇଛି। ପୁରୀ ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ଵତୀଙ୍କ ଆସନ୍ତା ସାଢେ ତିନି ବର୍ଷ ମଧ୍ୟରେ ଭାରତ ସମ୍ପୂର୍ଣ୍ଣ ହିନ୍ଦୁ ରାଷ୍ଟ୍ର ହେବାର ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ରହିଛି ସେ ସମ୍ପର୍କରେ ଅନଗୁଳ ଜିଲ୍ଲା ବେଦ ଭବନଠାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଗୋବର୍ଦ୍ଧନ ମଠ ତରଫରୁ ଆଦିତ୍ୟ ବାହିନୀର ମଧ୍ୟ ବିଭାଗର ସମ୍ପର୍କ ସଚିବ ସୌରୀ ରଞ୍ଜନ ପଣ୍ଡା, ସଙ୍ଗଠନ ସଚିବ ବରୁଣ କୁମାର ସାହୁ, ଅନଗୁଳ ଜିଲା କ୍ଷେତ୍ରୀୟ ସମ୍ପାଦକ ବିଜୟ କୁମାର ତ୍ରିପାଠୀ, ଅନୁଗୁଳ ଆଦିତ୍ୟ ବାହିନୀର ସଭାପତି ବାସୁଦେବ ହୋତା, ସମ୍ପାଦକ ପର୍ଶୁରାମ ଦାଶଙ୍କ ତତ୍ବାବଧାନରେ ବୈଠକ ସୁଚାରୁରୂପେ ଅନୁଷ୍ଠିତ ହୋଇଥିଲା। ନୂତନ କମିଟିରେ ଅନଗୁଳ ଶାଖା ସଭାପତି ଭାବେ ଲଳିତ ମୋହନ ଦାଶ, ସମ୍ପାଦକ ଭାବେ ମାନସ ରଞ୍ଜନ ମିଶ୍ର, ଉପ ସଭାପତି ଭାବେ ବିପିନି କୁମାର ମହାପାତ୍ର, ରବିନ୍ଦ୍ର କୁମାର ଧର, ସହ ସମ୍ପାଦକ ଭାବେ ପଦ୍ମଚରଣ ପ୍ରଧାନ, କୋଷାଧ୍ୟକ୍ଷ ଭାବେ କିଶୋର ଚନ୍ଦ୍ର ସାହୁ, ସଙ୍ଗଠନ ସଚିବ ଭାବେ ଚନ୍ଦନ କୁମାର ପଣ୍ଡା, ବିରେନ୍ କୁମାର ମିଶ୍ର, ରଞ୍ଜନ କୁମାର ମହାପାତ୍ର, ପ୍ରଚାର ସଚିବ ଭାବେ ନିର୍ମଳ କୁମାର ଅଗ୍ରୱାଲା, ପର୍ଶୁରାମ ଦାସ, ସାଂସ୍କୃତିକ ସଚିବ ଭାବେ ରଞ୍ଜନ କୁମାର ବେହେରା, ସେବା ସଚିବ ଭାବେ ମହାପ୍ରସାଦ ନନ୍ଦ, ସାଗର ସୌରଭ ପ୍ରଧାନ, କାଯ୍ୟାଳୟ ସଚିବ ଭାବେ ଦିପ୍ତି ରଞ୍ଜନ ଦାସ, ତ୍ୱରିତ ବାହିନୀ ଭାବେ ପ୍ରକାଶ କୁମାର ନାଥ, ସନାତନ ପ୍ରଧାନ, ସୁରେଶ କୁମାର ଚନ୍ଦକା, ପ୍ରଫୁଲ୍ଲ କୁମାର ପ୍ରଧାନ, ପୀଠ ପରିଷଦ ମାର୍ଗଦର୍ଶକ ଭାବେ ହେମନ୍ତ କୁମାର ଦାସ, ପଣ୍ଡିତ ରୋହିତ କୁମାର ଦାଶ, ବିଜୟ କୁମାର ମୋଦି, ନିରୀକ୍ଷକ ଭାବେ ବାସୁଦେବ ହୋତା, ପେରକ ଭାବେ ନାରାୟଣ ଚନ୍ଦ୍ର ଦାସ, ଆନନ୍ଦ ବାହିନୀ ସଂଯୋଜିକ ଭାବେ ଅନିତା ମହାପାତ୍ର ମନୋନୀତ ହୋଇଛନ୍ତି। ସଙ୍ଗଠନ ମାଧ୍ୟମରେ କିପରି ଘରେ ଘରେ ସନାତନ ଧର୍ମର ପ୍ରଚାର ଓ ପ୍ରସାର ହୋଇ ମଠ ମନ୍ଦିର ସୁରକ୍ଷା ହୋଇ ପାରିବ, ଯୁବ ପିଢି କିପରି ଦିଶା ହୀନ ନ ହୋଇ ରାଷ୍ଟ୍ର ନିର୍ମାଣରେ ସହଭାଗୀ ହୋଇ ପାରିବେ ଏବଂ କେବଳ ସେବା ଦ୍ୱାରା ଏକ ସୁସ୍ଥ ସମାଜ ଗଠନ କରାଯାଇ ଏକ ଆଦର୍ଶ ବ୍ୟକ୍ତି ହୋଇ ପାରିବେ ଏସବୁ ଉପରେ ଆଲୋଚନା କରାଯାଇଥିଲା।
ଅନୁଗୁଳ ଜିଲ୍ଲା ଆଦିତ୍ୟ ବାହିନୀର ନୂତନ କର୍ମକର୍ତ୍ତା ଚୟନ
- Post published:January 11, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul