ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ ( ଏଡିୟୁଜେ ) ପକ୍ଷରୁ ଗରିବ ଅସହାୟଙ୍କୁ କମ୍ବଳ ବଣ୍ଟନ

You are currently viewing ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ ( ଏଡିୟୁଜେ ) ପକ୍ଷରୁ ଗରିବ ଅସହାୟଙ୍କୁ କମ୍ବଳ ବଣ୍ଟନ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ସର୍ବ ପୁରାତନ ସାମ୍ବାଦିକ ସଂଘ ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ (ଏଡିୟୁଜେ) ପକ୍ଷରୁ ଗରିବ ଅସହାୟଙ୍କୁ କମ୍ବଳ ବଣ୍ଟନ କରାଯାଇଛି।

ସଭାପତି ଅଜିତ କୁମାର ଧରଙ୍କ ସହଯୋଗରେ ସମସ୍ତ କର୍ମକର୍ତ୍ତା ମିଶି ଆଜି ମା’ ବୁଢ଼ୀ ଠାକୁରାଣୀ ମନ୍ଦିର, ଶିବ ମନ୍ଦିର, ଜଗନ୍ନାଥ ମନ୍ଦିର, ରେଳ ଷ୍ଟେସନ, ନୂତନ ଓ ପୁରାତନ ବସ୍ ଷ୍ଟାଣ୍ଡ, ଶିରିଡି ସାଇ ବାବା ମନ୍ଦିର ଆଦି ସ୍ଥାନର ଅସହାୟ ଯାଯାବର ବୃଦ୍ଧ ବୃଦ୍ଧାଙ୍କୁ କମ୍ବଳ ବାଣ୍ଟିଛନ୍ତି। କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତିଙ୍କ ସମେତ ସାଧାରଣ ସମ୍ପାଦକ ସ୍ୱାଧୀନ କୁମାର ସାମଲ, କାର୍ଯ୍ୟକାରୀ ସଭାପତି ସୁଶାନ୍ତ ସାହୁ, ଉପ ସଭାପତି ସୁଧାକର ସାହୁ, ଉପଦେଷ୍ଟା ନିରଞ୍ଜନ ନାଏକ, ସହ ସମ୍ପାଦକ ରାଜେଶ ଜିନ୍ଦଲ, ସ୍ୱସ୍ତିକ ସାହୁ, ଦିନେଶ ନାଏକ, ସୂଚନା ଲୋକ ସମ୍ପର୍କ ଅଧିକାରୀ ନିପୁ ଭୁତିଆ ପ୍ରମୁଖ ସହଯୋଗ କରିଥିଲେ।

Share

Leave a Reply