ଜରପଡାରେ ହେବ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ

You are currently viewing ଜରପଡାରେ ହେବ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଖୁବ ଶୀଘ୍ର ଜରପଡା ଠାରେ ଏକ ବହୁମୁଖି ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ ଖୋଲିବାକୁ ଯାଉଛି। ଓରମାସ ଅନୁଗୁଳର ସହାୟତାରେ ଏହି ୟୁନିଟ ଟି ତିଆରି କରାଯାଉଛି। ଗତ ଜୁଲାଇ ମାସରେ ଜରପଡା ଓ ଛେଣ୍ଡିପଦା ଅଞ୍ଚଳର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ଖାଦ୍ୟ ଉତ୍ପାଦକ ସଂଘର ସଦସ୍ୟ ମାନଙ୍କୁ ଖାଦ୍ୟ ପ୍ରକ୍ରିୟା କରଣ ନେଇ ତାଲିମ ଦିଆଯାଇଥିଲା।

ହରିୟାଣାର ଧରମବୀର ଫୁଡ୍ ପ୍ରସେଶିଂ କମ୍ପାନୀର ସହାୟତାରେ ଖାଦ୍ୟ ପ୍ରକ୍ରିୟା କରଣର ବିଭିନ୍ନ ଉପାୟ ଏବଂ ତତ୍ ସମ୍ପର୍କିତ ମେସିନ ଚଳାଇବା ଶୈଳୀ ଉପରେ ତାଲିମ ଦିଆଯାଇଥିଲା। ଓରମାସର ଏହି ୟୁନିଟ୍ ନାରୀ ସଶକ୍ତିକରଣକୁ ଅଧିକ ମଜଭୁତ କରିବା ସହ ଗ୍ରାହକଙ୍କ ଚାହିଦା ମୁତାବକ ଶୁଖିଲା ଖାଦ୍ୟ,ଶସ୍ୟ,ମଞ୍ଜି ଆଦି ବଜାରକୁ ଛଡା ଯାଇପାରିବ।

ଏ ସମ୍ପର୍କରେ ଅନୁଗୁଳ ଓରମାସର ଡେପୁଟି ସି.ଇ.ଓ ସୌରଭମୟ ଦାସ କହିଛନ୍ତି କି ତାଲିମ ପ୍ରାପ୍ତ ଏବଂ ପଞ୍ଜିକୃତ ଉତ୍ପାଦକ ସଂଘ ବା ଗୋଷ୍ଠୀ ଏହି ୟୁନିଟରେ ଜାମ ,ଜେଲି,ଆଚାର,ବଡି, ପାମ୍ପଡ଼,ସସ୍,ଜୁସ,ଚଟନି ଠାରୁ ଆରମ୍ଭ କରି ଅନେକ ପ୍ରକ୍ରିୟାକୃତ ଖାଦ୍ୟ ତିଆରି କରିବା ସହ ବଜାରକୁ ବିକ୍ରୟ ପାଇଁ ଛାଡ଼ି ପାରିବେ।

Share

Leave a Reply