ବଦଳୁଛି ଡେଙ୍ଗୁ ମଶାର ଚରିତ୍ର: କେବଳ ଦିନ ନୁହେଁ, ଏବେ ରାତିରେ ବି କାମୁଡ଼ୁଛନ୍ତି ଏଡିସ୍‌ ମଶା

0

ଭୁବନେଶ୍ୱର: ବଦଳୁଛି ଡେଙ୍ଗୁ ମଶାର ଚରିତ୍ର। ଏଣିକି ରାତିରେ ବି କାମୁଡ଼ୁଛନ୍ତି ଏଡିସ୍‌ ମଶା। ପୂର୍ବରୁ ଏଡିସ୍‌ ମଶାର ଯେଉଁ ପ୍ରଜାତି ଡେଙ୍ଗୁ ରୋଗ କରୁଥିଲା, ତାର ଅନ୍ୟ ଏକ ପ୍ରଜାତି ମଧ୍ୟ ଡେଙ୍ଗୁ ରୋଗ ସୃଷ୍ଟି କରିପାରୁଛି, ଯାହା ଏବେ ଚିନ୍ତା ବଢ଼ାଇଛି। କେଉଁ ପରିସ୍ଥିତିରେ ଏଡିସ୍‌ର ଅନ୍ୟ ପ୍ରଜାତି ଡେଙ୍ଗୁର ବାହାକକୁ ଧାରଣ କରିବାରେ ସକ୍ଷମ ହେଲା ତାହାକୁ ଜାଣିବା ଲାଗି ଗବେଷକମାନେ ରିସର୍ଚ୍ଚ ଆରମ୍ଭ କରିଛନ୍ତି।

ବୈଜ୍ଞାନିକଙ୍କ ମୁତାବକ, ଓଡ଼ିଶାରେ ଏଡିସ୍‌ ମଶାର ୩ଟି ପ୍ରଜାତି ଏଜିପ୍ଟାଆଇ, ଆଲ୍‌ବୋପିକ୍ଟସ୍ ଓ ଭିଟ୍ଟାଟସ୍‌ ଦେଖିବାକୁ ମିଳିଥାଏ। ତହିଁରୁ ସହରାଞ୍ଚଳରେ ଏଜିପ୍ଟାଆଇ ଅଧିକ ରହିଥିବା ବେଳେ ଆଲ୍‌ବୋପିକ୍ଟସ୍ କମ୍ ରହିଥିଲା। ଏବେ କିନ୍ତୁ ସବୁକିଛି ଓଲଟପାଲଟ ହୋଇଯାଇଛି। ଏବେ ଆଲ୍‌ବୋପିକ୍ଟସ୍‌ ପ୍ରାଧାନ୍ୟ ବିସ୍ତାର କରିଥିବା ବେଳେ ଏଜିପ୍ଟାଆଇ କମ୍ ରହିଛି। ଏଡିସ୍‌ର ଏହି ଦୁଇ ପ୍ରଜାତି କାମୁଡ଼ିବା ଫଳରେ ସଂକ୍ରମଣ ହାର ବୃଦ୍ଧି ପାଇଛି। ଏପରିକି କିଛି ଅଞ୍ଚଳରେ ଆଲ୍‌ବୋପିକ୍ଟସ୍‌ର ମାତ୍ରା ଅଧିକ ରହିବା କାରଣରୁ ସେସବୁ ଅଞ୍ଚଳ ଡେଙ୍ଗୁ ସଂକ୍ରମଣ ହଟ୍‌ସ୍ପଟ୍‌ ପାଲଟିଛି।

ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା.ନିରଞ୍ଜନ ମିଶ୍ର କହିଛନ୍ତି, ରାଜ୍ୟରେ ହୋଇଥିବା ଏଣ୍ଟୋମୋଲୋଜିକାଲ ସର୍ଭେରେ ଏଡିସ୍‌ ଏଜିପ୍ଟାଆଇ ତୁଳନାରେ ଆଲ୍‌ବୋପିକ୍ଟସ ଅଧିକ ରହିଥିବା ନଜରକୁ ଆସିଛି। ଗ୍ରାମାଞ୍ଚଳ ଓ ସହରତଳି ଅଞ୍ଚଳରେ ଆଲବୋପିକ୍ଟସ୍‌ ଅଧିକ ଦେଖିବାକୁ ମିଳିଛି। ଏଡିସ୍‌ ମଶାର ଶାରୀରିକ ଗଠନରେ ମଧ୍ୟ ପରିବର୍ତ୍ତନ ହୋଇଛି। ଏଡିସ୍‌ ମଶା ସାଧାରଣତଃ ଦିନରେ କାମୁଡ଼ୁଥିବା ବେଳେ ଏବେ ରାତିରେ ମଧ୍ୟ କାମୁଡ଼ୁଛନ୍ତି। ତେଣୁ ଲୋକମାନେ ରାତିରେ ମଶାରୀ ‌ଟାଙ୍ଗୀ ‌ଶୋଇବା ଉଚିତ୍ ବୋଲି ଡା. ମିଶ୍ର କହିଛନ୍ତି।

Leave A Reply

Your email address will not be published.

error: Content is protected !!