ମଞ୍ଚରେ ମୁହାଁମୁହିଁ ବିଧାୟକ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା: ଗଣମାଧ୍ୟମ ଉପରେ ବର୍ଷିଲେ ଅଗସ୍ତି ବେହେରା

You are currently viewing ମଞ୍ଚରେ ମୁହାଁମୁହିଁ ବିଧାୟକ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା: ଗଣମାଧ୍ୟମ ଉପରେ ବର୍ଷିଲେ ଅଗସ୍ତି ବେହେରା

ଅନୁଗୋଳ: ବିଶ୍ୱ ପରିବେଶ ଦିବସ ଅବସରରେ ଅନୁଗୋଳ ବନଖଣ୍ଡ ପକ୍ଷରୁ ଆୟୋଜିତ ସଭାରେ ଦେଖିବାକୁ ମିଳିଛି ହଟଚମଟ। ଏକ ସରକାରୀ ମଞ୍ଚ ଉପରେ ମୁହାଁମୁହିଁ ହୋଇଛନ୍ତି ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା।

ସଭାରେ ନିଜ ବକ୍ତବ୍ୟ ରଖି ବିଧାୟକ କହିଥିଲେ ଯେ, ସ୍ଥାନୀୟ ସିଙ୍ଘରେନି ଖଣିରେ ପ୍ରାୟ ୫ ହଜାର ଲୋକଙ୍କୁ ନିଯୁକ୍ତି ମିଳିଛି। ତେବେ ଏହି ନିଯୁକ୍ତି ସ୍ଥାନୀୟ ନା ବାହାର ଲୋକଙ୍କୁ ମିଳିଛି ବୋଲି ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରଶ୍ନ କରିଥିଲେ। ବିଧାୟକ ଏଥିରେ ୮୦% ସ୍ଥାନୀୟ ଓ ୨୦% ବାହାର ଲୋକ ଥିବା କହିବା ପରେ ଅଧ୍ୟକ୍ଷା ଏହାକୁ ‘ମନଗଢ଼ା ଗପ’ ବୋଲି ଆକ୍ଷେପ କରିଥିଲେ।

ଏଥିରେ ଉତ୍ତ୍ୟକ୍ତ ହୋଇ ବିଧାୟକ ଶେଷରେ ଗଣମାଧ୍ୟମ ଉପରେ ବର୍ଷିଥିଲେ। ସେ କହିଥିଲେ, “ସାମ୍ବାଦିକମାନେ ନିଜକୁ ସବୁ ଜାନତା ଭାବନ୍ତି, କିନ୍ତୁ ତଥ୍ୟ ଆଧାରରେ ଆଲୋଚନା କଲେ ସେମାନେ ବ୍ୟାକ୍‌ଫୁଟ୍‌କୁ ଚାଲିଯିବେ।” ଦୁଇ ଜନପ୍ରତିନିଧିଙ୍କ ଏଭଳି ତୁ-ତୁ ମେ-ମେ ଏବଂ ଗଣମାଧ୍ୟମ ପ୍ରତି ବିଧାୟକଙ୍କ ଆକ୍ରୋଶମୂଳକ ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Share

Leave a Reply