ବିଶ୍ୱ ପରିବେଶ ଦିବସ: ବିଜେପି କୃଷକ ମୋର୍ଚ୍ଚାର ବୃକ୍ଷରୋପଣ

You are currently viewing ବିଶ୍ୱ ପରିବେଶ ଦିବସ: ବିଜେପି କୃଷକ ମୋର୍ଚ୍ଚାର ବୃକ୍ଷରୋପଣ

ଅନୁଗୋଳ: ବିଶ୍ୱ ପରିବେଶ ଦିବସ ଅବସରରେ ଅନୁଗୋଳ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ ‘ଏକ ପେଡ୍ ମାଁ କେ ନାମ୍’ ସଂକଳ୍ପକୁ ପାଥେୟ କରି ଜିଲ୍ଲାର କୁମଣ୍ଡ ଢେରେଙ୍ଗେ ସାହିଠାରେ ଏହି ବୃକ୍ଷରୋପଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ବିଜୟ କୁମାର ମାଝି ଉପସ୍ଥିତ ରହି ପରିବେଶ ସୁରକ୍ଷା ଓ ବୃକ୍ଷରୋପଣର ଆବଶ୍ୟକତା ସମ୍ପର୍କରେ ସଚେତନତା ବାର୍ତ୍ତା ଦେଇଥିଲେ।

କାର୍ଯ୍ୟକ୍ରମରେ ବିଜେପି କାର୍ଯ୍ୟକର୍ତ୍ତା ଶତୃଘନ ସାହୁ, ମିତା ରାଣୀ ପାତ୍ର, ରମେଶ ଜେନା, ମଣି, ଜିତେନ୍ଦ୍ର ନାୟକ, ମଣ୍ଟୁ ଗଡ଼ନାୟକ, ସନ୍ତୋଷ ପରିଡ଼ା, ଅକ୍ଷୟ ଗଡ଼ନାୟକ, ଟୁକୁ ସାହୁ ଓ ସୁଶାନ୍ତ ପ୍ରଧାନଙ୍କ ସମେତ ବହୁ ଦଳୀୟ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ।

Share

Leave a Reply