ଅଗ୍ନିଶମ ସୁରକ୍ଷା ସପ୍ତାହ: ରାସ୍ତାରେ ବୁଲି ବୁଲି ଲୋକଙ୍କୁ ସଚେତନ କଲେ ଆଗ୍ନିକ

You are currently viewing ଅଗ୍ନିଶମ ସୁରକ୍ଷା ସପ୍ତାହ: ରାସ୍ତାରେ ବୁଲି ବୁଲି ଲୋକଙ୍କୁ ସଚେତନ କଲେ ଆଗ୍ନିକ

ଅନୁଗୁଳ: ଅଗ୍ନିଶମ ସୁରକ୍ଷା ସପ୍ତାହ ଅବସରରେ ଅନୁଗୁଳ ସହରର ବିଭିନ୍ନ ସ୍ଥାନରେ ରାଲି ଓ ସଚେତନତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅନୁଗୁଳ ଜିଲ୍ଲାର ମୁଖ୍ୟ ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ କୁମାର ଧଳଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଫୁଲରେ ସଜ୍ଜିତ ଅଗ୍ନିଶମ ଗାଡ଼ି ସହର ପରିକ୍ରମା କରି ଲୋକଙ୍କୁ ନିଆଁ ଲିଭାଇବା ନେଇ ସଚେତନ କରିଥିଲେ।

ଅଗ୍ନିଶମ ବିଭାଗର କର୍ମଚାରୀ ହାତରେ କାର୍ଡ ବୋର୍ଡ ଧରି ଲୋକଙ୍କୁ ନିଆଁ ଲିଭାଇବାର କୌଶଳ ସମ୍ପର୍କରେ ବୁଝାଇଥିଲେ। କାର୍ଯ୍ୟକ୍ରମରେ ଷ୍ଟେସନ ଅଫିସର ମନୋରଞ୍ଜନ ବିଶ୍ବାଳଙ୍କ ସହ ଆଗ୍ନିକ ରଶ୍ମିକାନ୍ତ ବରାଳ, ରଞ୍ଜିତ ରାଉତ, ରଶ୍ମିରଞ୍ଜନ ଲେଙ୍କା, ରବୀନ୍ଦ୍ର ବେହେରା, ଆଶୁତୋଷ ମଲ୍ଲିକ, କିଶନ ମିଶ୍ର, ସୂର୍ଯ୍ୟମଣି ରଣା, ସୁକାନ୍ତ ନାଥ, ପ୍ରତାପ ସାହୁ, ପ୍ରକାଶ ନାୟକଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଲୋକଙ୍କୁ ସଚେତନ କରିଥିଲେ।

 

Share

Leave a Reply