ଉଚ୍ଚ ମାଧ୍ୟମିକ ସାର୍ଟିଫିକେଟ ଓ ମାର୍କ ସିଟ ଯାଞ୍ଚ ଫିସ୍ ଦୁଇଗୁଣ ବୃଦ୍ଧିକୁ ବିରୋଧ: ଏଆଇଡିଏସଓ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ

You are currently viewing ଉଚ୍ଚ ମାଧ୍ୟମିକ ସାର୍ଟିଫିକେଟ ଓ ମାର୍କ ସିଟ ଯାଞ୍ଚ ଫିସ୍ ଦୁଇଗୁଣ ବୃଦ୍ଧିକୁ ବିରୋଧ: ଏଆଇଡିଏସଓ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ

ଅନୁଗୁଳ: ଉଚ୍ଚ ମାଧ୍ୟମିକ (+୨) ସାର୍ଟିଫିକେଟ ଓ ମାର୍କ ସିଟ ଯାଞ୍ଚ ଫିସ୍ ଦୁଇଗୁଣ ବୃଦ୍ଧିକୁ ବିରୋଧ କରି ଏଆଇଡିଏସଓ ଅନୁଗୁଳ ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଅତ୍ୟନ୍ତ ଅନ୍ୟାୟ ଓ ଅଗାଣତାନ୍ତ୍ରିକ ଏହି ଫିସ ବୃଦ୍ଧିକୁ ଅବିଳମ୍ବେ ପ୍ରତ୍ୟାହାର କରିବା ଦାବିରେ ଏଆଇଡିଏସଓ ପକ୍ଷରୁ ଅଧକ୍ଷ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦଙ୍କ ଉଦ୍ଦେଶ୍ୟରେ ଅନୁଗୁଳ ଜିଲ୍ଲାପାଳଙ୍କୁ ଦାବି ପତ୍ର ଦିଆଯାଇଛି। ସଂଗଠନର ଜିଲ୍ଲା ସମ୍ପାଦକ ନାରାୟଣ ନାୟକ, ସଂଗଠିକା ସରୋଜିନୀ ବେହେରା, ନିରୁପମା ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରକାଶ ଯେ ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ଛାତ୍ରଛାତ୍ରୀଙ୍କ ଉପରେ ଫିସ ବୃଦ୍ଧିର ବୋଝ ଲଦି ଦିଆଯାଉଛି। ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ଏବଂ ସରକାର ଅବିଳମ୍ବେ ଏହି ଫିସ ବୃଦ୍ଧି ପ୍ରତ୍ୟାହାର ନ କଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଏଆଇଡିଏସଓ ପକ୍ଷରୁ ଚେତାବନୀ ଦିଆଯାଇଛି।

Share

Leave a Reply