ତାଳଚେରରେ ସଙ୍ଗୀନ ପ୍ରଦୂଷଣ: ପ୍ରଶାସନ ଲଗାଇଲା ୭ ଦିନିଆ “ଗ୍ରାପ”କଟକଣା

You are currently viewing ତାଳଚେରରେ ସଙ୍ଗୀନ ପ୍ରଦୂଷଣ: ପ୍ରଶାସନ ଲଗାଇଲା ୭ ଦିନିଆ “ଗ୍ରାପ”କଟକଣା

ଅନୁଗୁଳ: ପ୍ରଦୂଷଣରେ ତାଳଚେର ସହର ଦେଶରେ ଏକ ନମ୍ୱର ହେବାର ବଦନାମ ମୁଣ୍ଡାଇବା ପରେ ପ୍ରଶାସନ ପାଇଁ ମୁଣ୍ଡବିନ୍ଧା ଆରମ୍ଭ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସେଥିପାଇଁ ସାତ ଦିନିଆ ଜି.ଆର.ଏ.ପି କଟକଣା ଲାଗୁ କରାଯାଇଛି। ପ୍ରଦୂଷଣ ଅବସ୍ଥା ଗୁରୁତର ଥିବା ବେଳେ ଏହି କଟକଣା ଜାରି କରାଯାଇଥାଏ।

ଏହି କଟକଣା ଅନୁସାରେ ସନ୍ଧ୍ୟା ୬ ଟାରୁ ସକାଳ ୧୦ ଟା ପର୍ଯ୍ୟନ୍ତ ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରହିବ। ଘର ଭଙ୍ଗା କାର୍ଯ୍ୟ ପୌରପାଳିକା ମଧ୍ୟରେ ବନ୍ଦ ରହିବ। ସହର ଭିତରେ ଦିନକୁ ତିନିଥର ରାସ୍ତା ଘାଟରେ ପାଣି ସିଞ୍ଚନ କରାଯିବ। ସହର ଭିତରେ ଦେଇ ଭାରି ଯାନ ଚଳାଚଳକୁ ବନ୍ଦ ରଖାଯିବ। ଆବର୍ଜନା ପୋଡ଼ିବାକୁ ବାରଣ କରାଯାଇଛି। ଉପ ଜିଲ୍ଲାପାଳଙ୍କ ସ୍ଵତନ୍ତ୍ର ନିର୍ଦ୍ଦେଶ ମୁତାବକ କୋଇଲାଓ ଫ୍ଲାଏ ଆସ ପରିବହନ କରାଯିବ। ଏହି କଟକଣାକୁ ଦୈନିକ ଜଣେ ଏସଡିଏମ ସମୀକ୍ଷା ମଧ୍ୟ କରିବେ ବୋଲି ଜଣାପଡିଛି।

Share

Leave a Reply