କଣିହାଁରୁ ସାଇକେଲରେ ଅଯୋଧ୍ୟା ଯାତ୍ରା

You are currently viewing କଣିହାଁରୁ ସାଇକେଲରେ ଅଯୋଧ୍ୟା ଯାତ୍ରା

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସାନତ୍ରିବିଡା ପଞ୍ଚାୟତ ଧୋବାପାଳ ଗାଁର ସଞ୍ଜୟ ସାହୁ(୪୧) ନିଜ ଗାଁରୁ ସାଇକେଲେ ଯୋଗେ ଅଯୋଧ୍ୟା ଯାତ୍ରାରେ ବାହାରିଛନ୍ତି I ସୋମବାର ସକାଳ ୮ଟା ସମୟରେ ଗାଁରେ ପୂଜାର୍ଚ୍ଚନା କରିବା ସହିତ ଗ୍ରାମବାସୀ ନାମ-ସଂକୀର୍ତନ କରି ଗ୍ରାମ ପରିକ୍ରମା କରିଥିଲେ। ଶେଷରେ ଗ୍ରାମେଶ୍ବରୀ ପୀଢ଼ରେ ଦର୍ଶନ କରି ସଞ୍ଜୟ ଅଯୋଧ୍ୟା ଅଭିମୁଖେ ବାହାରି ଥିଲେ । ସେ ଦେବଗଡ଼, ଝାରସୁଗୁଡ଼ା ଦେଈ ଛତିଶଗଡ଼ ଅଭିମୁଖେ ଯାତ୍ରା କରିବେ। ୨୮ରୁ ୩୦ ଦିନ ମଧ୍ୟରେ ଅଯୋଧ୍ୟା ପହଞ୍ଚି ସେ ରାମ ଲାଲାଙ୍କ ଦର୍ଶନ କରିବାର ଲକ୍ଷ୍ୟ ରଖିଛନ୍ତି I

Share

Leave a Reply