ଅନୁଗୁଳ: ଅନୁଗୁଳ ଅଗ୍ରସେନ ଭବନ ଠାରେ ବିଶିଷ୍ଟ କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତିଙ୍କ ପୁଣ୍ୟତିଥିରେ ଅକ୍ଷୟ ସଙ୍ଗୀତ ଚର୍ଚ୍ଚା ସହ ଅକ୍ଷୟ ସଙ୍ଗୀତ ପରିବେଷଣ କରାଯାଇଥିଲା।ଇନ୍ଦ୍ରମଣି ଭୂତିଆ ପ୍ରଦୀପ ଜାଳି ଏହି ସମାରୋହକୁ ଉଦ୍ଘାଟନ କରିଥିଲେ।
ସୁଧିରେନ୍ଦ୍ର ପରିଜାଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ସରୋଜ ପାଣିଗ୍ରାହୀ, ସତ୍ୟ ସୁନ୍ଦର ଦାସ, ଅକ୍ଷୟ କୁମାର ପଣ୍ଡା ଅକ୍ଷୟ ସଙ୍ଗୀତ ଓ ଅକ୍ଷୟ ସାହିତ୍ୟ ଉପରେ ଆଲୋଚନା କରିଥିଲେ। ଏହାପରେ ଅକ୍ଷୟ ମହାନ୍ତିଙ୍କ ଚିରସବୁଜ ଗୀତ ସବୁକୁ ପରିବେଷଣ କରିଥିଲେ। ସୁବାସ ପଟ୍ଟନାୟକ,ଜୟନ୍ତୀ ଅଳକାନନ୍ଦା, ଅଜୟ ଅମର ସିଂହ ଦେଓ,ନିରୁପମା ରାଉତ ପ୍ରମୁଖ ଅକ୍ଷୟ ସଙ୍ଗୀତରେ ଶ୍ରୋତାଙ୍କୁ ମତୁଆଲା କରିଥିଲେ।
ଶେଷରେ ବିଜେପି ନେତା କାଳନ୍ଦୀ ସାମଲ, କଣ୍ଠ ଶିଳ୍ପୀ ମୌସୁମୀ ଦାସ, ବିଶିଷ୍ଟ ପ୍ରବଚକ ମହେଶ ସାହୁ, ସମାଜ ସେବୀ ରାଜେଶ ତିୱାରୀ, ଡ୍ରେସର ସାଗର ମୁଖୀଙ୍କୁ ଉତ୍ତରୀୟ ,ମାନପତ୍ର,ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ସହରର ବହୁ ବୁଦ୍ଧିଜୀବୀ ଓ ଅକ୍ଷୟ ପ୍ରେମୀ ଏହି ସମାରୋହରେ ଯୋଗ ଦେଇଥିଲେ।
