୩୦୦ ସମର୍ଥକଙ୍କୁ ଧରି ବିଜେଡିରେ ମିଶିଲେ ଅକ୍ଷୟ ସାମନ୍ତ

You are currently viewing ୩୦୦ ସମର୍ଥକଙ୍କୁ ଧରି ବିଜେଡିରେ  ମିଶିଲେ ଅକ୍ଷୟ ସାମନ୍ତ

ଅନୁଗୁଳ: କଂଗ୍ରେସ ସହ ଦୀର୍ଘ ବର୍ଷର ସମ୍ପର୍କ ଛିନ୍ନ କରି ଶେଷରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା, ଅନୁଗୁଳର ପୂର୍ବତନ ନଗରପାଳ ତଥା ରାଜ୍ୟ କ୍ରିକେଟ ଆସୋସିଏସନ୍ ଉପସଭାପତି ଅକ୍ଷୟ କୁମାର ସାମନ୍ତ। ସୋମବାର ଅପରାହ୍ନରେ ଭୁବନେଶ୍ୱରରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ୩ ଶହ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି। ଦୁଇ ଦୁଇ ଜଣ ପୂର୍ବତନ ନଗରପାଳ, ଏକାଧିକ ପୂର୍ବତନ କାଉନସିଲରଙ୍କୁ ମଧ୍ୟ ଦଳରେ ସାମିଲ କରାଇଛନ୍ତି। ଏହି ସମାରୋହରେ ଅକ୍ଷୟ ସାମନ୍ତଙ୍କ ବ୍ୟତୀତ ପୂର୍ବତନନ ଗରପାଳ ପୂର୍ଣ୍ଣଚନ୍ଦ୍ର ରାଉତ, ସୁକାନ୍ତି ଦାସ, ପୂର୍ବତନ କାଉନସିଲର କାର୍ତ୍ତିକ ପରିଡ଼ା, ବିକାଶ ସୁବୁଦ୍ଧି,ଗୌରୀ ଶଙ୍କର ସେଠୀ,ବିଦ୍ୟା ନାଏକ,ସ୍ଵେଚ୍ଛାସେବୀ ରାଜଶ୍ରୀ ମହାନ୍ତି,ମମତା ମହାପାତ୍ର ,ଶ୍ୟାମସୁନ୍ଦର ପାଳଶର୍ମା ଓ ଅନ୍ୟ ବହୁ କର୍ମୀ ଯୋଗ ଦେଇଥିଲେ। ଅନୁଗୁଳ ବିଜେଡି ପକ୍ଷରୁ ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆ, ଯୁବ ନେତା ଦୀନେଶ ପ୍ରଧାନ, ଅରୁଣାଭ ସିଂହ ପ୍ରମୁଖ ମିଶ୍ରଣ ସମାରୋହରେ ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ ଯେ ଗତ କୋଡ଼ିଏ ବର୍ଷ ଧରି ଅନୁଗୁଳ ପୌରପାଳିକାରେ କଂଗ୍ରେସର ଦବଦବା ରହି ଆସିଥିଲା। ତେବେ ଦୀର୍ଘ ବ୍ୟବଧାନ ପରେ ବିଜେଡି ଅକ୍ଷୟ ସାମନ୍ତଙ୍କ ନେତୃତ୍ୱରେ ଅନୁଗୁଳ ନଗରପାଳ ଆସନ ଅକ୍ତିଆର କରିବାକୁ ଅଣ୍ଟା ଭିଡ଼ିଛି।

Share

Leave a Reply