solar

୧୮୬ ଲିଟର ମଦ ଜବତ,୮ ଗିରଫ

0

ଅନୁଗୁଳ: ଅନୁଗୁଳ ଓ ତାଳଚେର ଅବକାରୀ ବିଭାଗ ପକ୍ଷରୁ ଆଜି ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୧୮୬ ଲିଟର୍ ଦେଶୀ ମଦ ଜବତ କରାଯାଇଥିବା ବେଳେ ଚୋରା ମଦ ବିକ୍ରି ଅଭିଯୋଗରେ ୮ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ଅନୁଗୁଳ ଜିଲ୍ଲା ମୋବାଇଲ୍ ସ୍କାଡ଼ ଇନିସ୍‌ପେକ୍ଟର କରୁଣା ଶଙ୍କର ତିୱାରୀଙ୍କ ନେତୃତ୍ବରେ ଚଢ଼ଉ କରାଯାଇ ଅନୁଗୁଳ ସଦର ଥାନା ଏକଘରିଆ ଗ୍ରାମର ଧୀରେନ୍ ନାଏକ ଓ ଅଜିତ୍ ନାଏକ, ଆମ୍ବପାଳ ଗ୍ରାମର ବିଜୁ ନାଏକ ଓ ବଅଁରପାଳ ଥାନା ଟେଣ୍ଟାଇ ଗ୍ରାମର ଅରବିନ୍ଦ ନାଏକଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କଠାରୁ ମୋଟ ୫୫ ଲିଟରେ ଦେଶୀ ମଦ ଜବତ କରାଯାଇଥିଲା । ସେହିପରି ତାଳଚେର ଅବକାରୀ ବିଭାଗ ୧୩୧ ଲିଟର ଦେଶୀ ରନ୍ଧାମଦ ଜବତ କରିବା ସଙ୍ଗେ ସଙ୍ଗେ ଏଥିରେ ସଂପୃକ୍ତ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକାରୀ ନିରୀକ୍ଷିକା ସୁମତି ତ୍ରିପାଠୀ, ଉପ ନିରୀକ୍ଷକ ରବିନ୍ଦ୍ରନାଥ ପ୍ରଧାନଙ୍କ ନେତୃତ୍ବରେ ଏକ ଟିମ୍ ଚଢ଼ଉ କରି ବଲଣ୍ଡା କନଭେୟର୍ ଲାଇନ୍ ପାଖରୁ ଇନ୍ଦୁମତି ସାହାଣୀ, ବାଘମରାର ଗଙ୍ଗାଧର ବେହେରା, ମୋଚିସାହିର ରଞ୍ଜନ ମେହେର ଓ ଅଙ୍ଗାରୁଆ ଅଞ୍ଚଳର ପ୍ରଦୀପ ସିଂଙ୍କୁ ଗିରଫ କରିଥିଲେ।

Leave A Reply

Your email address will not be published.