CADLAB

ଜିଲ୍ଲା ପୁଲିସ୍‌ରେ ବଡ଼ଧରଣର ଅଦଳବଦଳ ୧୫ ଏସ୍‌ଆଇ, ୩୨ ଏଏସ୍‌ଆଇ ବଦଳିଲେ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁଲିସ୍‌ ଏସ୍‌ଆଇ (ସବ୍‌ଇନ୍‌ସପେକ୍ଟର) ଓ ଏଏସ୍‌ଆଇ (ଆସିଷ୍ଟାଣ୍ଟ ସବ୍‌ଇନ୍‌ସପେକ୍ଟର)ଙ୍କ ମଧ୍ଯରେ ବଡ଼ଧରଣର ଅଦଳବଦଳ ହୋଇଛି। ୧୫ ଜଣ ଏସ୍‌ଆଇ ଓ ୩୨ ଜଣ ଏଏସ୍‌ଆଇଙ୍କୁ ବଦଳି କରାଯାଇଥିବା ବେଳେ ଯଥାଶୀଘ୍ର ରିଲିଭ୍‌ ହୋଇ କାର୍ଯ୍ୟରେ ଯୋଗ ଦେବାକୁ ଏସ୍‌ପି ଜଗମୋହନ ମୀନା ଗୁରୁବାର ନିର୍ଦ୍ଦେଶ ଦେଇଛନ୍ତି।
ଅନୁଗୁଳ ଆଦର୍ଶ ଥାନାର ବିପ୍ଳବ ସାହୁ ଓ ଗୋଲବଦନ ମାଝୀଙ୍କୁ ଯଥାକ୍ରମେ ତାଳଚେର ଓ ପାଳଲହଡ଼ା ଥାନାରେ ଅବସ୍ଥାପିତ କରାଯାଇଛି। ସେହିପରି ବଅଁରପାଳର ତ୍ରିଲୋଚନ ଖଟୁଆଙ୍କୁ କଣିହାଁ ଥାନା, ଜରପଡ଼ାର ପ୍ରଶାନ୍ତ କୁମାର ପ୍ରଧାନଙ୍କୁ ଅନୁଗୁଳ, ଛେଣ୍ତିପଦାର ପ୍ରତାପ ଚନ୍ଦ୍ର ଦଳେଇଙ୍କୁ ଅନୁଗୁଳ, ତାଳଚେର ଅର୍ଚ୍ଚନା ନାୟକଙ୍କୁ କୋଲିୟାରୀ, ଗଙ୍ଗାଧର ବେହେରାଙ୍କୁ ଜରପଡ଼ା, କୋଲିୟାରୀର ସତୀଶ କୁମାର ଲେଙ୍କାଙ୍କୁ ବଅଁରପାଳ, ବିକ୍ରମପୁର ଗୁରୁବାରୀ ସଏଙ୍କୁ, ହଣ୍ତପା, ତାଳଚେର କୋର୍ଟ ଏସ୍‌ଆଇ ରଘୁନାଥ ମୁଣ୍ତାଙ୍କୁ ବିକ୍ରମପୁର ଥାନା, ଆଠମଲ୍ଲିକର ଦେବଯାନୀ ଛତରଙ୍କୁ ଅନୁଗୁଳ, ହଣ୍ତପାର ସରୋଜ କୁମାର ସାହୁଙ୍କୁ କଣିହାଁ, ପାଳଲହଡ଼ାର ଆଶିଷ କୁମାର ଦାସଙ୍କୁ ବାଗଡ଼ିଆ ଫାଣ୍ତି ଏବ˚ କଣିହାଁ ଥାନାର ପ୍ରଶାନ୍ତ କୁମାର ସେଠୀଙ୍କୁ କଲିୟାରୀ ଥାନାରେ ଅବସ୍ଥାପିତ କରାଯାଇଛି।
ଏଏସ୍‌ଆଇଙ୍କ ମଧ୍ୟରେ ୩୨ ଜଣଙ୍କୁ ବିଭିନ୍ନ ଥାନା, ଫାଣ୍ତିରେ ଅବସ୍ଥାପିତ କରାଯାଇଛି। ଅନୁଗୁଳ ଥାନାର ତିନି ଏଏସ୍‌ଆଇ ବୁଦ୍ଧିମାନ୍‌ ସେଠୀ, ରମେଶ ସେନାପତି ଓ ସରୋଜିନୀ ବାଘଙ୍କୁ ଯଥାକ୍ରମେ ଜରପଡ଼ା, ତାଳଚେର ଓ ଠାକୁରଗଡ଼ ଥାନାରେ ଅବସ୍ଥାପିତ କରାଯାଇଛି। ଇନ୍‌ଭେଷ୍ଟିଗେସନ୍‌ ୱିଙ୍ଗ୍‌ର ବ୍ରହ୍ମାନନ୍ଦ ସାହୁ ଓ ସମ୍ଭୁତି ପଣ୍ତାଙ୍କୁ ଯଥାକ୍ରମେ ହଣ୍ତପା ଓ ଠାକୁରଗଡ଼ ଥାନାକୁ ବଦଳି କରାଯାଇଛି। ସେହିପରି ନାଲ୍‌କୋର ଜଗନ୍ନାଥ ପଟ୍ଟନାୟକଙ୍କୁ ଅନୁଗୁଳ ସଦର, ବଅଁରପାଳର ତିନି ଏଏସ୍‌ଆଇ ମାମିନା ମିଶ୍ର, ଶାରଦା ପ୍ରସାସ ସାମନ୍ତ ଓ ଉଦୟନାଥ ବେହେରାଙ୍କୁ ଯଥାକ୍ରମେ ଖମାର, କଣିହାଁ ଓ ଗୋପାଳପ୍ରସାଦ ଫାଣ୍ତି, ବନ୍ତଳା ଥାନାର ବିଚିତ୍ରାନନ୍ଦ ସାହୁଙ୍କୁ କିଶୋରନଗର, ପୁରୁଣାକୋଟର ଶରତ ଚନ୍ଦ୍ର ସାମଲଙ୍କୁ ପାଳଲହଡ଼ା, ଛେଣ୍ତିପଦା ଥାନାର ବୁଦ୍ଧଦେବ ବିଶ୍ବାଳ, ହରିହର ପ୍ରଧାନ ଓ ଶ୍ୟାମଘନ ସ୍ବାଇଁଙ୍କୁ, ଯଥାକ୍ରମେ ବନ୍ତଳା, ସମଲ ଓ ଖମାର ଥାନା, ନିଶା ଶିଳ୍ପାଞ୍ଚଳ ଥାନାର ପ୍ରଫୁଲ୍ଲ କୁମାର ରାଉତଙ୍କୁ ଗୋଡ଼ିବନ୍ଧ ଫାଣ୍ତି, ଅନୁଗୁଳ କୋର୍ଟର ଚିତ୍ତର˚ଜନ ସାହୁ ଓ ତ୍ରିନାଥ ବିଶ୍ବାଳଙ୍କୁ ନୂତନ ଭାବେ ଖୋଲିବାକୁ ଥିବା ବଅଁରପାଳ କୋର୍ଟ, ଗୋଡ଼ିବନ୍ଧର ସୁନାକର ସ୍ବାଇଁଙ୍କୁ ହଣ୍ତପା, ସେଣ୍ଟ୍ରାଲ୍‌ କଲୋନୀ ବିଟ୍‌ ହାଉସ୍‌ର ଦିଲ୍ଲୀପ କୁମାର ଗନନାୟନଙ୍କୁ ଛେଣ୍ତିପଦା ଥାନା, ବିକ୍ରମପୁରର ଗୋକୁଳାନନ୍ଦ ବେହେରାଙ୍କୁ ଛେଣ୍ତିପଦା ଥାନା, ସମଲ ଥାନାର ସନ୍ତୋଷ କୁମାର ଶତପଥୀଙ୍କୁ ସେଣ୍ଟ୍ରାଲ୍‌ କଲୋନୀ ବିଟ୍‌ ହାଉସ୍‌, ହଣ୍ତପା ଥାନାର କୁନି ବାରିକ ଓ ପ୍ରମୋଦ କୁମାର ଆଇଚଙ୍କୁ ଯଥାକ୍ରମେ ରେଙ୍ଗାଳି ଓ ନିଶା ଶିଳ୍ପାଞ୍ଚଳ ଥାନା, ଠାକୁରଗଡ଼ର ଅଞ୍ଜଳି ପ୍ରଧାନଙ୍କୁ କିଆକଟା, କିଶୋରନଗରର ପବିତ୍ର ମୋହନ ବେହେରାଙ୍କୁ ବିକ୍ରମପୁର, କଣିହାଁ ଥାନାର ବିଷ୍ଣୁ କୁମାର ସାହୁ ଓ ପ୍ରଶାନ୍ତ କୁମାର ସି˚ହଙ୍କୁ ଯଥାକ୍ରମେ ବନ୍ତଳା ଓ ଛେଣ୍ତିପଦା ଥାନା, ଖମାର ଥାନାର ଗୌରାଙ୍ଗ ବେହେରା ଓ ପ୍ରସନ୍ନ କୁମାର ବାର୍ଲାଙ୍କର ଯଥାକ୍ରମେ ଆଠମଲ୍ଲିକ ଓ ଅନୁଗୁଳ ଥାନା, ରେଙ୍ଗାଳି ଥାନାର ଖଗେଶ୍ବର ସେଠୀଙ୍କୁ ଛେଣ୍ତିପଦା ଥାନା ଏବ˚ ହେଡ୍‌କ୍ବାର୍ଟର୍ସରେ ଥିବା ଏଏସ୍‌ଆଇ ଗଜେନ୍ଦ୍ର ପ୍ରସାଦ ବେହେରାଙ୍କୁ ଅନୁଗୁଳ କୋର୍ଟକୁ ବଦଳି କରାଯାଇଛି।

Leave A Reply

Your email address will not be published.