ନିଶାର୍ଦ୍ଧରେ ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଚିହ୍ନଟ, ମା’ ଅଗ୍ନିରୂପାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

You are currently viewing ନିଶାର୍ଦ୍ଧରେ ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଚିହ୍ନଟ,  ମା’ ଅଗ୍ନିରୂପାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ତାଳଚେର : ରବିବାର ନିଶାର୍ଦ୍ଧରେ ତାଳଚେରର ଅଧୀଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଚିହ୍ନଟ ହୋଇଛି। ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ମନ୍ଦିରର ପଶ୍ଚାତ୍ ଭାଗ ତଥା ମନ୍ଦିରର ପୂର୍ବ ଦିଗରେ ପ୍ରାୟ ଚାରିଶହ ମିଟର ଦୂରରେ ଅବସ୍ଥିତ ଅରା ବାଉଁଶ ବଣି ନିକଟରେ ମା’ ଅଗ୍ନିରୂପାଙ୍କ ଆବିର୍ଭାବ ହୋଇଛି।

ଗତକାଲି ମଧ୍ୟରାତିରେ ଦେହୁରୀ ମା’ଙ୍କୁ ଶାବରୀ ମନ୍ତ୍ରରେ ଆରାଧନା କରି ବଶୀଭୂତ କରିଥିଲେ ଏବଂ କୋଇଲା ସଂଯୋଗ କରି ମା’ଙ୍କ ଉଦ୍ଭାସ୍ଥଳୀ ଚିହ୍ନଟ କରିଥିଲେ। ଏହି ଖବର ପାଇବା ପରେ ମା’ଙ୍କ ଦର୍ଶନ କରିବାକୁ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା।

Share

Leave a Reply