କଙ୍କିନାଳୀ ଗ୍ରାମରେ ଅଖିମୁଠି ଅନୁକୂଳ କଲେ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ

You are currently viewing କଙ୍କିନାଳୀ ଗ୍ରାମରେ ଅଖିମୁଠି ଅନୁକୂଳ କଲେ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ତୁଳସୀପାଳ ପଞ୍ଚାୟତର କଙ୍କିନାଳୀ ଗ୍ରାମରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ‘ଅଖିମୁଠି’ ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ

ଏହି କାର୍ଯ୍ୟକ୍ରମରେ ବିଧି ଅନୁଯାୟୀ ଭୂମି ପୂଜନ ଓ ହଳ ଲଙ୍ଗଳ ପୂଜା କରାଯାଇ ଚାଷ କାର୍ଯ୍ୟର ଶୁଭାରମ୍ଭ କରାଯାଇଥିଲା।
ଏହି ଅବସରରେ ଜିଲ୍ଲା ପରିଷଦ ସଭ୍ୟା ମୀରା ଗଡନାୟକ, ସଭ୍ୟ ଗୋପାଳ ନାଏକ, ମଣ୍ଡଳ ସଭାପତି ସୁବ୍ରତ ସାହୁଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଓ ସ୍ଥାନୀୟ ଚାଷୀମାନେ ଉପସ୍ଥିତ ଥିଲେ। ଅଖିମୁଠି ଅନୁକୂଳ ପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଗ୍ରାମବାସୀଙ୍କ ଭତ୍ତା, ଆବାସ ଯୋଜନା ଓ ପାନୀୟ ଜଳ ଭଳି ମୌଳିକ ସମସ୍ୟା ଉପରେ ବିଧାୟକ ଚାଷୀ ଓ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ।

Share

Leave a Reply