କାଏମ ରହିଲା ସବୁ ନାମାଙ୍କନ

You are currently viewing କାଏମ ରହିଲା ସବୁ ନାମାଙ୍କନ

ଅନୁଗୁଳ: ପୌର ଭୋଟ ପାଇଁ ବୁଧବାର ନାମାଙ୍କନ ପତ୍ର ଯାଞ୍ଚ ଶେଷ ହୋଇଛି। ଅନୁଗୁଳ ପୌରପାଳିକା ପାଇଁ ନିର୍ବାଚନ ଅଧିକାରୀ ଥିବା ଅନୁଗୁଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଯାଞ୍ଚ କରାଯାଇଥିଲାବେଳେ ସମସ୍ତ ନାମାଙ୍କନ କାଏମ ରହିଛି। ଗୋଟିଏ ହେଲେ ବି ନାମାଙ୍କନ ନାକଚ ହୋଇନି। ସମସ୍ତ ପ୍ରାର୍ଥୀଙ୍କ ନାମାଙ୍କନ ବୈଧ ତାଲିକାରେ ସ୍ଥାନ ପାଇଛି। ଆସନ୍ତା ୧୪ ତାରିଖ ଅପରାହ୍ନ ସୁଧା ପ୍ରାର୍ଥୀମାନେ  ସେମାନଙ୍କ ନାମାଙ୍କନ ପତ୍ର ପ୍ରତ୍ୟାହାର କରି ନେଇପାରିବେ। ଏହା ପରେ ଚୁଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଅନୁଗୁଳ ପୌରପରିଷଦରେ ୨୩ଟି ୱାର୍ଡ ରହିଛି। ସମସ୍ତ ୱାର୍ଡରେ ବିଜେଡି ଓ ବିଜେପି ପକ୍ଷରୁ ପ୍ରାର୍ଥୀ ଦିଆଯାଇଛି । କଂଗ୍ରେସ ତରଫରୁ ୧୯ଟି ୱାର୍ଡରେ ପ୍ରାର୍ଥୀ ରହିଛନ୍ତି। ଏହାସହିତ ଅନ୍ୟାନ୍ୟ ଦଳରୁ ଓ ସ୍ବାଧୀନ ଭାବେ କେତେଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଥିଲେ। ସମସ୍ତ ୱାର୍ଡ ପାଇଁ ୮୦ଟି ନାମାଙ୍କନ ପତ୍ର ନିର୍ବାଚନ ଅଧିକାରୀଙ୍କ ପାଖରେ ପହଞ୍ଚିଥିଲା। ଯାଞ୍ଚ ସମୟରେ କୌଣସି ଗୋଟିଏ ହେଲେ ବି ଖାରଜ ହୋଇନି। ସେହିପରି ପୌରାଧ୍ୟକ୍ଷ ପାଇଁ ୧୧ଟି ନାମାଙ୍କନ ପତ୍ର ପଡ଼ିଥିଲା। ଏଥିରୁ କିଛି ପ୍ରାର୍ଥୀ ଏକାଧିକ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଯାଞ୍ଚ ପରେ ନାମାଙ୍କନ ପତ୍ର ଦାଖଲ କରିଥିବା ସମସ୍ତ ୮ ଜଣ ପ୍ରାର୍ଥୀଙ୍କ ନାମାଙ୍କନ କାଏମ ରହିଛି।

Share

Leave a Reply