ଅନୁଗୁଳ: ଅନୁଗୁଳ ଜିଲ୍ଳା ମୁଖ୍ୟ ଡ଼ାକଘର ପରିସରରୁ ଶନିବାର ଏକ ବାଇକ୍ ଚୋରି ହୋଇଥିବା ଅଭିଯୋଗ ହୋଇଛି।
ସୂଚନା ଯେ, ଡ଼ାକ କର୍ମଚାରୀ ପ୍ରଦୀପ କୁମାର ସାମଲ ଶନିବାର ସକାଳେ ତାଙ୍କ ବାଇକ୍(ଓଡି୧୯-୩୮୭୧)ଟିକୁ କାର୍ଯ୍ୟାଳୟ ପଛପାଖରେ ରଖିଥିଲେ। ଅପରାହ୍ନ ୪ଟାରେ ଆସି ଦେଖିଲା ବେଳକୁ ବାଇକ୍ଟି ସେଠାରେ ନାହିଁ। ଖୋଜା ଖୋଜିପରେ ଜାଣିଲେ ଯେ, ବାଇକ୍ଟି ଚୋରି ହୋଇଛି। ତେଣୁ ଏ ନେଇ ଅନୁଗୁଳ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି।