ବିଭିନ୍ନ ଦାବି ନେଇ ହିଙ୍ଗୁଳା କୋଇଲା ଖଣି ବନ୍ଦ କରିଛନ୍ତି ଆମ୍ବପାଳ ଗ୍ରାମବାସୀ

You are currently viewing ବିଭିନ୍ନ ଦାବି ନେଇ ହିଙ୍ଗୁଳା କୋଇଲା ଖଣି ବନ୍ଦ କରିଛନ୍ତି ଆମ୍ବପାଳ ଗ୍ରାମବାସୀ

ତାଳଚେର: ଏମସିଏଲ ହିଙ୍ଗୁଳା କୋଇଲା ଖଣି କ୍ଷତିଗ୍ରସ୍ତ ଆମ୍ବପାଳ ପ୍ରଜା ସଂଘର ସଭାପତି ଧର୍ମାନନ୍ଦ ମାଝୀଙ୍କ ନେତୃତ୍ୱରେ ବୁଧବାର ସକାଳୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ହିଙ୍ଗୁଳା କୋଇଲା ଖଣିକୁ ବନ୍ଦ କରାଯାଇଛି। ଗ୍ରାମର ଶତାଧିକ ମହିଳା ପୁରୁଷ ଖଣିର ବିଭିନ୍ନ ସ୍ଥାନରେ ପିକେଟିଙ୍ଗ କରୁଛନ୍ତି।

ସେମାନଙ୍କ ଦାବିଗୁଡ଼ିକ ହେଉଛି, ଯଦି ଅଧିଗ୍ରହଣ ଜାଗାରେ ନିର୍ମାଣଧୀନ ଗୃହର ମୂଲ୍ୟ ପ୍ରଦାନ ନ କରିବେ ତାହାହେଲେ 4(1)ବାତିଲ କରାଯାଉ, ଅଞ୍ଚଳକୁ ପ୍ରଦୂଷଣ ମୁକ୍ତ କରାଯାଉ, ନୂତନ ଭାବେ ପ୍ରସ୍ତାବିତ ରେଳ ପ୍ରକଳ୍ପକୁ ବାତିଲ କରାଯାଉ।

ଆନ୍ଦୋଳନରେ ନତଡ଼ା ପଞ୍ଚାୟତ ସମିତି ସଭ୍ୟ ସତ୍ୟନାରାୟଣ ମାଝୀ, ବିଜୟ ମାଝି, ପ୍ରଜା ସଂଘର ସମ୍ପାଦକ ନାରାୟଣ ବେହେରା, କୁନା ସାହୁ, ବିଜୟ ବେହେରା, ସୁକାନ୍ତି ସାହୁ, ଜୁଲି ସାହୁ, ଅନୁପମା ସାହୁ, ପରମାନନ୍ଦ ନାଏକ, କୁଞ୍ଜ ନାଏକ, ଦାଶରଥି ବେହେରା, ପଞ୍ଚାନନ ନାଏକ, ପ୍ରଲୋଭନ ମାଝୀ, ନଳୀ ନାଏକ, ରୁକୁଣୀ ନାଏକ ପ୍ରମୁଖ ନେତୃତ୍ୱ ନେଇଛନ୍ତି।

Share

Leave a Reply