ମଦ ପିଇ ବାଇକ ଉପରେ ଆମ୍ବୁଲାନ୍ସ ଚଢ଼ାଇ ଦେଲେ ଡ୍ରାଇଭର, ଦମ୍ପତି ଗୁରୁତର

You are currently viewing ମଦ ପିଇ ବାଇକ ଉପରେ ଆମ୍ବୁଲାନ୍ସ ଚଢ଼ାଇ ଦେଲେ ଡ୍ରାଇଭର, ଦମ୍ପତି ଗୁରୁତର

ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ଯଦୁପୁର ନିକଟରେ ଆମ୍ବୁଲାନ୍ସ ସହିତ ବାଇକ ଧକ୍କା ହେବାରୁ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ଦ୍ବୟ ହେଲେ ମାନସ ମୁଖୀ ଓ ତାଙ୍କ ପତ୍ନୀ ସୁମିତ୍ରା ମୁଖୀ। ଆମ୍ବୁଲାନ୍ସ ଚାଳକ ପ୍ରଚୁର ମଦ ପିଇ ଗାଡ଼ି ଚଳାଉଥିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

ସୂଚନା ମୁତାବକ, ସାଇ ଶାନ୍ତି ଆଇ ହସ୍ପିଟାଲର ଏକ ଆମ୍ବୁଲାନ୍ସ ଅନୁଗୁଳରୁ ଆଠମଲ୍ଲିକ ଆସୁଥିଲା। ଆଠମଲ୍ଲିକରୁ ମାନସ ମୁଖୀ ସ୍ତ୍ରୀ ସୁମିତ୍ରା ମୁଖୀଙ୍କୁ ବାଇକରେ ଘର ଜରପଡାକୁ ଯାଉଥିଲେ। ଯଦୁପୁର ପାଖରେ ଆମ୍ବୁଲାନ୍ସ ବାମ ପାର୍ଶ୍ଵ ଛାଡି ଡାହାଣ ଦିଗକୁ ମାଡ଼ି ଆସିବାରୁ ବାଇକକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ମାନସ ମୁଖୀଙ୍କ ଡାହାଣ ଗୋଡ଼ରେ ଗଭୀର ଆଘାତ ଲାଗିଛି। ଅବସ୍ଥା ଗୁରୁତର ହେଥିବାରୁ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପରେ ଆମ୍ବୁଲାନ୍ସ ଡ୍ରାଇଭର ଫେରାର ଅଛନ୍ତି। ଖବର ପାଇ ଆଠମଲ୍ଲିକ ପୋଲିସ ଆମ୍ବୁଲାନ୍ସକୁ ଥାନାକୁ ନେଇ ଆସିଛି। ତେବେ ଆମ୍ବୁଲାନ୍ସ ଡ୍ରାଇଭର ପ୍ରଚୁର ମଦ୍ୟପାନ କରି ଗାଡ଼ି ଚଲାଉଥିବାରୁ ଏଭଳି ଦୁର୍ଘଟଣା ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି।

Share

Leave a Reply