ଅନୁଗୁଳରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଓ କୃଷି ମହୋତ୍ସବ ଉଦଘାଟିତ

You are currently viewing ଅନୁଗୁଳରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଓ କୃଷି ମହୋତ୍ସବ ଉଦଘାଟିତ

ଅନୁଗୁଳ : ଅନୁଗୁଳ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଓ କୃଷି ମହୋତ୍ସବ ସୋମବାର ଅପରାହ୍ନରେ ସ୍ଥାନୀୟ ବିଜୁ ମଇଦାନ ଠାରେ ଉଦଘାଟିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ଯୋଗ ଦେଇ କୃଷିକୁ ଭାରତର ଆତ୍ମା, କୃଷିର ଉନ୍ନତି ହେଲେ ଦେଶର ଉନ୍ନତି ହେବ ବୋଲି କହିଥିଲେ।

ଏ ଅବସରରେ ୯ ଜଣ ଚାଷୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ହେମନ୍ତ କୁମାର ସିଂହ, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, କୃଷି ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ପଟ୍ଟନାୟକ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଉମା ଶଙ୍କର ମିଶ୍ରଙ୍କ ସମେତ ବୁଦ୍ଧିଜୀବୀ, ବହୁ ସଂଖ୍ୟାରେ କୃଷକ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply