ଅନୁଗୁଳ ଆଲୁମିନିୟମ ପାର୍କର ଦକ୍ଷତା ବିକାଶ କେନ୍ଦ୍ରରେ ହେବ ସମ୍ପ୍ରସାରଣ କେନ୍ଦ୍ର

You are currently viewing ଅନୁଗୁଳ ଆଲୁମିନିୟମ ପାର୍କର ଦକ୍ଷତା ବିକାଶ କେନ୍ଦ୍ରରେ ହେବ ସମ୍ପ୍ରସାରଣ କେନ୍ଦ୍ର

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଆଲୁମିନିୟମ ପାର୍କର ଦକ୍ଷତା ବିକାଶ କେନ୍ଦ୍ରରେ ପ୍ରତିଷ୍ଠା ହେବ ସମ୍ପ୍ରସାରଣ କେନ୍ଦ୍ର। ଆଜି ଅନୁଗୁଳର ଡିଆଇସିର ସମ୍ମିଳନୀ ହଲ୍‌ରେ ଏ ନେଇ ଏକ ଅଂଶୀଦାରଙ୍କ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଛି। “ଭାରତରେ ପ୍ରଯୁକ୍ତିବିଦ୍ୟା / ସଂପ୍ରସାରଣ କେନ୍ଦ୍ର ପ୍ରତିଷ୍ଠା’’ ପଦକ୍ଷେପର ଅଂଶ ସ୍ବରୂପ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ସାରା ଭାରତରେ ୨୦ ଟି ପ୍ରଯୁକ୍ତିବିଦ୍ୟା କେନ୍ଦ୍ର (Technology Centre) ଏବଂ ୧୦୦ଟି ସମ୍ପ୍ରସାରଣ କେନ୍ଦ୍ର (Extension Centre) ସ୍ଥାପିତ କରୁଛି। ଏହି କେନ୍ଦ୍ରଗୁଡିକ ପ୍ରଯୁକ୍ତିବିଦ୍ୟା ସହାୟତା, ବ୍ୟବସାୟ ବିକାଶ ସେବା ଏବଂ ତାଲିମ ପ୍ରଦାନ କରିବେ।

ଏହି ପ୍ରକଳ୍ପ IRCON ଦ୍ବାରା କାର୍ଯ୍ୟକାରୀ କରାଯିବ, ଯେଉଁଥରେ Grant Thornton Bharat LLP ଜ୍ଞାନ ଅଂଶୀଦାର ଭାବରେ କାର୍ଯ୍ୟ କରିବେ।
IRCONର CGM ମାସୁଦ ଅଂଶଗ୍ରହଣକାରୀଙ୍କୁ ସ୍ବାଗତ କରିଥିଲେ ଏବଂ ଅନୁଗୁଳରେ ସମ୍ପ୍ରସାରଣ କେନ୍ଦ୍ର ସ୍ଥାପନର ଉଦ୍ଦେଶ୍ୟ ଉପରେ ଆଲୋକପାତ କରି ପ୍ରକଳ୍ପର ଏକ ସାରାଂଶ ପ୍ରଦାନ କରିଥିଲେ। ଏହି କେନ୍ଦ୍ର ଭୁବନେଶ୍ବର ସେଣ୍ଟ୍ରାଲ ଟୁଲ୍‌ ରୁମ୍‌ ଆଣ୍ଡ୍‌ ଟ୍ରେନିଂ ସେଣ୍ଟର (ସିଟିଟିସି) ସହିତ ଏକ ହବ-ଆଣ୍ଡ-
ସ୍ପୋକ ମଡେଲ ଅଧୀନରେ କାର୍ଯ୍ୟ କରିବ।

ଅନୁଗୁଳ ବ୍ୟତୀତ CTTC, ଭୁବନେଶ୍ବରର ପରାମର୍ଶରେ ଅନ୍ୟ ପାଞ୍ଚଟି ସମ୍ପ୍ରସାରଣ କେନ୍ଦ୍ର ପ୍ରତିଷ୍ଠା ହେଉଛି। Grant Thornton Bharat LLP ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦେବ କୁମାର, ସାରା ଭାରତରେ ପ୍ରଯୁକ୍ତିବିଦ୍ୟା କେନ୍ଦ୍ରଗୁଡିକର ସଫଳ ଉଦାହରଣ ବାଣ୍ଟିଥିଲେ।

ବୈଠକରେ ସାଧାରଣ ପରିଚାଳକ, DIC ଅନୁଗୁଳ, ସହକାରୀ ନିର୍ଦ୍ଦେଶକ, MSME-DFO, ଇଡ୍‌କୋ, ଜିଲ୍ଲା ନିଯୁକ୍ତି-ଓ-ଦକ୍ଷତା ବିକାଶ ଅଧିକାରୀ, ସିଟିଟିସି ଭୁବନେଶ୍ବର, ନାଲ୍‌କୋ, ଜେଏସ୍ପିଏଲ୍‌ ପରି ପ୍ରମୁଖ ଶିଳ୍ପ OASME, OYEA ପରି ଉଦ୍ୟୋଗ ସଂଗଠନ ଏବଂ ଆଲୁମିନିୟମ, ଧାତୁ ଇସ୍ପାତ, ଫର୍ଣ୍ଣିଚର ଇତ୍ୟାଦି ବିଭିନ୍ନ କ୍ଷେତ୍ରର ଏମ୍‌ଏସ୍‌ଏମ୍‌ଇ ପ୍ରତିନିଧି ଉପସ୍ଥିତ ଥିଲେ।

Share

Leave a Reply