କୋଇଲା ଖଣିରେ ଡିନାମାଇଟ ବିସ୍ଫୋରଣ: ଭାଙ୍ଗିଲା ଘର ଓ ପାଚେରୀ, ତାତିଲେ ଲୋକେ

You are currently viewing କୋଇଲା ଖଣିରେ ଡିନାମାଇଟ ବିସ୍ଫୋରଣ: ଭାଙ୍ଗିଲା ଘର ଓ ପାଚେରୀ, ତାତିଲେ ଲୋକେ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ଲିଙ୍ଗରାଜ କୋଇଲା ଖଣିରେ ବ୍ୟବହୃତ ହେଉଥିବା ବିସ୍ଫୋରକ ଡିନାମାଇଟ୍‌ରେ ପ୍ରଭାବ ଘର ଓ ପାଚେରୀ ଭାଙ୍ଗିଛି। ଏ ନେଇ ଗାଁରେ ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନା ମୁତାବକ, ସୋମବାର ଅପରାହ୍ନରେ ବିସ୍ଫୋରଣରେ କଣ୍ଢାଳ ପଞ୍ଚାୟତ ଅନ୍ତର୍ଗତ ମଦନମୋହନପୁର ଗ୍ରାମର ସୁପ୍ରିୟା ପ୍ରଧାନଙ୍କ ଘର ଭାଙ୍ଗିଯାଇଥିବା ବେଳେ ଅନ୍ୟମାନଙ୍କ ପାଚେରୀ ଫାଟିଯାଇଛି। ଗ୍ରାମବାସୀ ଅଭିଯୋଗ କରିଛନ୍ତି, ଗାଁଟି ଲିଙ୍ଗରାଜ କୋଲିୟରୀ ଖଣିର ନିକଟତର ହୋଇଥିବାରୁ ଏପରି ଅବସ୍ଥା ହୋଇଥାଏ।  ଗ୍ରାମବାସୀମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ସେମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ଦାବି କରିଛନ୍ତି। ଏଥିସହ ବର୍ଷାଦିନ ପୂର୍ବରୁ ଏମାନଙ୍କୁ ଉଚିତ ପ୍ରାପ୍ୟ ଦେଇ ତୁରନ୍ତ ଖଣି କର୍ତ୍ତୃପକ୍ଷ ଅନ୍ୟତ୍ର ସ୍ଥାନାନ୍ତରିତ କରିବାକୁ ସାଧାରଣରେ ଦାବି ହେଉଛି।

Share

Leave a Reply