ବାସନ୍ତୀ ଦୁର୍ଗା ମଣ୍ଡପ ରେ ମହାନବମୀ ପୂଜା: ନବ କୁମାରୀ ପୂଜା ଓ ଦାଣ୍ଡିଆ ମୁଖ୍ୟ ଆକର୍ଷଣ

You are currently viewing ବାସନ୍ତୀ ଦୁର୍ଗା ମଣ୍ଡପ ରେ ମହାନବମୀ ପୂଜା: ନବ କୁମାରୀ ପୂଜା ଓ ଦାଣ୍ଡିଆ ମୁଖ୍ୟ ଆକର୍ଷଣ

ଅନୁଗୁଳ: ସ୍ଥାନୀୟ ଅମଲାପଡା ବାସନ୍ତୀ ଦୁର୍ଗାପୂଜା ମହାନବମୀ ତିଥିରେ ଆଜି ସକାଳେ ସୂର୍ଯ୍ୟପୂଜା, ଗୋ ପୂଜା, ମହାନବମୀ ପୂଜା ଅନୁଷ୍ଠିତ ହୋଇଥିଲା। ପୂର୍ବାହ୍ନ ୧୧ ଘଟିକା ସମୟରେ ଚୈତ୍ର ନବରାତ୍ର ହେତୁ ନବକୁମାରୀ ପୂଜନ ଅନୁଷ୍ଠିତ ହୋଇଥିଲା। କୁନି କୁନି କନ୍ୟା ମାନଙ୍କୁ ଦେବୀ ବେଶରେ ସୁସଜ୍ଜିତ କରାଯାଇ ପୂଜାର୍ଚନା କରାଯାଇଥିଲା। ଏହାଛଡା ବାସନ୍ତୀ ପାଠାଗାର ପରିସରରେ ପୂଜା କମିଟି ଏବଂ ପୂର୍ବତନ ସୈନିକ ସଙ୍ଘ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରୁ ୨୫ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ପୂଜା କମିଟି ସଭାପତି ଶକ୍ତି ପ୍ରସାଦ ପଟନାୟକ, ଉପଦେଷ୍ଟା ପ୍ରଦୀପ ଦେବତା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀ, ଉପ ଜିଲ୍ଲାପାଳ ମାୟାଧର ବେହେରା, ପଦସ୍ଥ ଅଧିକାରୀ ଶୁଭେନ୍ଦୁ ଜେନାଙ୍କ ସମେତ ସୈନିକ ସଙ୍ଘର ସଭାପତି ଅନିଲ କୁମାର ମହାନ୍ତି,
ଉପସଭାପତି ରଞ୍ଜିତ ଜେନା, ସମ୍ପାଦକ ନାରାୟଣ ସାହୁ, ଯୁଗ୍ମ ସମ୍ପାଦକ ପ୍ରଶାନ୍ତ ମିଶ୍ର, କୋଷାଧ୍ୟକ୍ଷ ବିଜୟ ପ୍ରଧାନ  ପ୍ରମୁଖ ଉପସ୍ଥିତ ରହି  ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ସନ୍ଧ୍ୟାରେ ସାମୁହିକ ଦାଣ୍ଡିଆ ଅନୁଷ୍ଠିତ ହୋଇଥିଲା। ଘାଗରା ଚୋଲି ସାଙ୍ଗକୁ ପାରମ୍ପରିକ ବେଶରେ ନୃତ୍ୟଙ୍ଗନା ମାନଙ୍କ ଦାଣ୍ଡିଆ ନୃତ୍ୟ ଦେଖିବାକୁ ଦର୍ଶକଙ୍କ ଭିଡ ଦେଖିବାକୁ ମିଳିଥିଲା।

Share

Leave a Reply