ନାରଣ ସାଗର କୂଳରେ ଛଟ ପୂଜା: ୩ ହଜାର ଶ୍ରଦ୍ଧାଳୁଙ୍କ ଭିଡ଼

0

ଅନୁଗୁଳ: ଅନୁଗୁଳ ଶୈଳ ଶ୍ରୀକ୍ଷେତ୍ର ନିକଟରେ ଥିବା ନାରଣ ସାଗର କୂଳରେ ସ୍ଥାନୀୟ ଅଞ୍ଚଳରେ ରହୁଥିବା ଝାରଖଣ୍ଡ,ବିହାର,ଉତ୍ତର ପ୍ରଦେଶ ଅଞ୍ଚଳର ଅଣଓଡ଼ିଆ ଭକ୍ତ ମାନେ ଆଜି ଛଟ ପୂଜା କରିଥିଲେ। କାର୍ତ୍ତିକ ଶୁକ୍ଳ ଷଷ୍ଠୀ ତିଥିରେ ଏହି ପୂଜା କରାଯାଏ।ଭକ୍ତମାନେ ଅସ୍ତଗାମି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସହ ପରିବାରର ମଙ୍ଗଳ କାମନା କରିଥାନ୍ତି। ସେମାନେ ଛଠି ମା ବା ଷଠି ଦେବୀଙ୍କୁ ବିଭିନ୍ନ ଫଳ ଲାଗି କରିବା ସହ ପୂଜା କରିଥାନ୍ତି। ସେହିଭଳି ସପ୍ତମୀ ତିଥିରେ ବଡିଭୋର୍ ସମୟରେ ଭକ୍ତମାନେ ଉଦିତ ସୂର୍ଯ୍ୟଙ୍କୁ ପୂଜା କରିଥାନ୍ତି। ଅନୁଗୁଳ ଛଟ ପୂଜା କମିଟି ପକ୍ଷରୁ ସଭାପତି ବ୍ରଜ କିଶୋର ସାହୁ,ସମ୍ପାଦକ ସୁକାନ୍ତ ମାଝୀ,ଦିନେଶ ସିଂ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ତେବେ ଚଳିତ ବର୍ଷ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ଛଟ ପୂଜା ସ୍ଥଳୀ ଚାରିପଟେ ପାଚେରୀ ବୁଲାଇ ଦେଇଥିବାରୁ ଭକ୍ତଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା। ଶେଷରେ କାଠ ପଟାରେ ପାହାଚ କରାଯାଇ ସମସ୍ୟାର ସମାଧାନ କରାଯାଇଥିଲା।

Leave A Reply

Your email address will not be published.

error: Content is protected !!