ଅନୁଗୁଳ: ସ୍ଥାନୀୟ ଅମଲାପଡ଼ା ବାସନ୍ତୀ ଦୁର୍ଗା ମଣ୍ଡପରେ ଆଜି ଦେବୀଙ୍କ ମହାଷ୍ଟମୀ ପୂଜା ସମ୍ପନ୍ନ ହୋଇ ଯାଇଛି। ଏଥିପାଇଁ ସକାଳେ ସୂର୍ଯ୍ୟପୂଜା,କଳସ ପୂଜା, ଅଷ୍ଟଚଣ୍ଡୀଙ୍କ ପୂଜନ,ବିଶେଷ ଯୋଗିନୀ ହୋମ,ଚଣ୍ଡୀପାଠ,ସନ୍ଧି ପୂଜା ଆଦି ପର୍ଯ୍ୟାୟକ୍ରମେ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ଅନୁଗୁଳ ଟାଇକୁଣ୍ଡୁ ଆସୋସିଏସନ୍ ପକ୍ଷରୁ ପ୍ରଶିକ୍ଷାର୍ଥୀ ମାନେ ଜୁଡୋ, ସ୍କ୍ୱେ, ଟାଇକୁଣ୍ଡୁ ଭଳି ସମରକଳା ପ୍ରଦର୍ଶନ କରିଥିଲେ। ଜିଲ୍ଲା ସ୍କୁଲ ସମୂହର କ୍ରୀଡା ଅଧିକାରୀ ବିନୋଦ କୁମାର ଦେହୁରୀ, ଓଡ଼ିଏମ ସ୍କୁଲର ପ୍ରିନ୍ସିପାଲ କଳିଙ୍ଗ ରୁଦ୍ର ପଣ୍ଡା ଓ ପୂଜା କମିଟି ର ଉପଦେଷ୍ଟା ଆଡଭୋକେଟ୍ ପ୍ରଦୀପ ଦେବତା ଅତିଥି ରୂପେ ଯୋଗ ଦେଇ ସମାରୋହକୁ ଉଦ୍ଘାଟନ କରିବା ସହ କୃତି ଛାତ୍ରଛାତ୍ରୀଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ବରିଷ୍ଠ ପ୍ରଶିକ୍ଷକ ଦୁଷ୍ୟନ୍ତ କୁମାର ନାଥ ,ଯୋଗେନ୍ଦ୍ର କୁମାର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସ୍ୱାତୀ ଦାସ ମଞ୍ଚ ପରିଚାଳନା କରିଥିଲେ। ଏହାପରେ ସ୍ଥାନୀୟ କଳାକାର ମାନେ ଆକର୍ଷଣୀୟ ଲୋକନୃତ୍ୟ ପରିବେଷଣ କରିଥିଲେ। ବାସନ୍ତୀପୂଜା କମିଟି ପକ୍ଷରୁ ସଭାପତି ଶକ୍ତି ପ୍ରସାଦ ପଟ୍ଟନାୟକ, ସମ୍ପାଦକ ଅନୂପ ମହାନ୍ତି ଓ କୋଷାଧ୍ୟକ୍ଷ ରଶ୍ମିରଞ୍ଜନ ପ୍ରଧାନ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।
ମୃଣ୍ମୟୀ ବାସନ୍ତୀ ଦୁର୍ଗା ମଣ୍ଡପରେ ମହାଷ୍ଟମୀ ପୂଜା: ସମରକଳା ଓ ଲୋକନୃତ୍ୟ ବାନ୍ଧି ରଖିଲା ଦର୍ଶକଙ୍କୁ
- Post published:March 26, 2026
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
Tags: Angul



