ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ପୁଲିସ ସୋମବାର ଅପରାହ୍ନରେ ଚଢ଼ଉ କରି ୧୫ କିଲୋ ୧୦୦ ଗ୍ରାମ ଗଂଜେଇ ଜବତ କରିବା ସହ ଦୁଇ ବେପାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଦ୍ବୟ ହେଲେ କିଆକଟା ଥାନା ଅନ୍ତର୍ଗତ କୁମ୍ଭୀଆ ଗ୍ରାମର ରାମଜୀ ବାଦୀ (୧୮)ଓ କ୍ଷୀରୋଦ ବେହେରା (୨୬)।
ସୂଚନା ମୁତାବକ, ଗଞ୍ଜେଇ ଚୋରାଚାଲାଣ ହେଉଥିବା ଖବର ପାଇ ପୋଲିସ ୬୨ ନମ୍ବର ରାଜ୍ୟ ରାଜପଥର ବଇଣ୍ଡା ଆଠମଲ୍ଲିକ ରାସ୍ତାର ନୂଆଗଡ଼ ଛକ ନିକଟରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ଜରି ବସ୍ତାରେ ଥିବା ୧୫ କିଲୋ ୧୦୦ ଗ୍ରାମ ଗଂଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଆଠମଲ୍ଲିକ ଥାନା ଅଧିକାରୀ ପ୍ରକାଶ କୁମାର ମାଝୀଙ୍କ ନିର୍ଦ୍ଦେଶରେ ଉପ ଆରକ୍ଷୀ ଅଧିକାରୀ କାର୍ତ୍ତିକେଶ୍ୱର ବେହେରା ଏହି ଚଢ଼ଉ କରିଥିଲେ।