ଅନୁଗୁଳ: ଅନୁଗୁଳ ଓକିଲ ସଂଘ ନିର୍ବାଚନ ସୁରୁଖୁରୁରେ ସମାପ୍ତ ହୋଇଛି। ହିମାଂଶୁ ସାମଲ ସଭାପତି, ପ୍ରତାପ ନାଏକ ଉପସଭାପତି, ଧ୍ରୁବଚରଣ ସାହୁ ସମ୍ପାଦକ, ପ୍ରଦୀପ ସେଠି କୋଷାଧ୍ୟକ୍ଷ, ସାଂସ୍କୃତିକ ସମ୍ପାଦିକା ଜ୍ୟୋସ୍ନାମୟୀ ସାହୁ ନିର୍ବାଚିତ ହୋଇଛନ୍ତି।
ଆଜି ସିକ୍ରେଟ୍ ବାଲାଟ ପେପର ମାଧ୍ୟମରେ ସଂଘର ୫୮୭ ସଦସ୍ୟ ମତଦାନ କରିଥିଲେ। ସଭାପତି ପଦବୀ ପାଇଁ ୩ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ। ହିମାଂଶୁ ଶେଖର ସାମଲ ୨୫୪ ଖଣ୍ଡ ଭୋଟ ପାଇ ଜିତିଛନ୍ତି। ଏଥିସହ ଖଣ୍ଡେ ଭୋଟ ନାକଚ ହୋଇଥିଲା। ସାଧାରଣ ସମ୍ପାଦକ ପଦବୀ ପାଇଁ ୪ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ଧ୍ରୁବଚରଣ ସାହୁ ସର୍ବାଧିକ ୨୬୩ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ଉପସଭାପତି ପଦବୀ ପାଇଁ ୩ଜଣ ଲଢ଼ୁଥିବା ବେଳେ ପ୍ରତାପ ନାଏକ ସର୍ବାଧିକ ୨୪୬ ଖଣ୍ଡ ଭୋଟ ପାଇ ଜିତିଛନ୍ତି। ସେହିପରି କୋଷାଧ୍ୟକ୍ଷ ପଦବୀ ପାଇଁ ପ୍ରଦୀପ କୁମାର ସେଠୀ ୩୮୧ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ସାଂସ୍କୃତିକ ସମ୍ପାଦିକା ପଦବୀ ପାଇଁ ଜ୍ୟୋସ୍ନାମୟୀ ସାହୁ ସର୍ବାଧିକ ୩୧୨ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ସେହିପରି ସହ ସମ୍ପାଦକ ପଦବୀ ପାଇଁ ଏକକ ପ୍ରାର୍ଥୀ ପୁରୁଷୋତ୍ତମ ନାୟକ ଅପ୍ରତିଦ୍ବନ୍ଦ୍ୱୀ ଭାବେ ମନୋନୀତ ହୋଇଛନ୍ତି।