ଅନୁଗୁଳ: ଆଠମଲ୍ଲିକ ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଶନିବାର ସରିଛି। ଲଗାତାର ଭାବେ ପଞ୍ଚମ ଥର ପାଇଁ ସଭାପତି ଭାବେ ସୁଶାନ୍ତ କୁମାର ମହାପାତ୍ର ନିର୍ବାଚିତ ହୋଇଛନ୍ତି। ସେ ନିକଟତମ ପ୍ରତିଦ୍ବନ୍ଦ୍ୱୀ ଭବାନୀ ପ୍ରସାଦ ଜ୍ୟୋତିଷରାୟଙ୍କ ଠାରୁ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ଉପସଭାପତି ଭାବେ ବିଦ୍ୟୁତ ପାଣିଗ୍ରାହୀ, ସମ୍ପାଦକ ଭାବେ ଅର୍ଜୁନ ରାଉଳ, ସହ ସମ୍ପାଦକ ଭାବେ ନୀଳାଞ୍ଚଳ ନାଏକ ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ଅଧିକାରୀ ଭାବେ ବରିଷ୍ଠ ଆଇନଜୀବୀ ବାମନ କୁମାର ମିଶ୍ର, ସହ ନିର୍ବାଚନ ଅଧିକାରୀ ଭାବେ ରାମଚନ୍ଦ୍ର କର୍ଣ୍ଣ ଓ ଲଲାଟେନ୍ଦୁ ଦାଶ ନିର୍ବାଚନ ପରିଚାଳନା କରିଥିଲେ।
ଆଠମଲ୍ଲିକ ଓକିଲ ସଂଘ ନିର୍ବାଚନ, ଲଗାତାର ୫ମ ଥର ପାଇଁ ସଭାପତି ଭାବେ ନିର୍ବାଚିତ ହେଲେ ସୁଶାନ୍ତ କୁମାର ମହାପାତ୍ର
- Post published:March 29, 2025
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau






