ଭୁବନେଶ୍ୱର: ଚଳିତ ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ରେ ମହାନଦୀ କୋଲଫିଲ୍ଡ ଲିମିଟେଡ୍ (ଏମ୍ସିଏଲ୍) ପକ୍ଷରୁ କୋଇଲା ଖଣିରେ ଭରଚୁଆଲ ରିଏଲିଟୀ (ଭିଆର୍) ଓ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ (ଏଆଇ) ଟେକ୍ନୋଲୋଜିର ବ୍ୟବହାର ସମ୍ବନ୍ଧିତ ପ୍ରଦର୍ଶନୀ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । କୋଇଲା ଖଣି, ପରିବେଶ ସୁରକ୍ଷା, ସିଏସ୍ଆର୍ କ୍ଷେତ୍ରରେ କମ୍ପାନୀର ସଫଳତାକୁ ପ୍ରଦର୍ଶିତ କରୁଥିବା ଏମ୍ସିଏଲ୍ ଷ୍ଟଲକୁ କମ୍ପାନୀର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଓମ୍ ପ୍ରକାଶ ସିଂ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏଥିରେ କମ୍ପାନୀର ନିର୍ଦ୍ଦେଶକ(ପର୍ସେନେଲ) କେଶବ ରାଓ ଉପସ୍ଥିତ ଥିଲେ । ଏମ୍ସିଏଲ୍ କୋଇଲା ଖଣି ପରିଚାଳନା କ୍ଷେତ୍ରରେ ଦକ୍ଷତାଭିକ କାର୍ଯ୍ୟଗୁଡ଼ିକର ତାଲିମ ଓ ନିରୀକ୍ଷଣ ପାଇଁ ଭିଆର୍ ଏବଂ ଏଆଇ ଟେକ୍ନୋଲୋଜୀ ବ୍ୟବହାର କରିଛି । ଏମ୍ସିଏଲ୍ ଷ୍ଟଲରେ ୱେଲିଂ, ଅଗ୍ନି ନିର୍ବାପକ, ଅତି ଉଚ୍ଚତାରେ କାର୍ଯ୍ୟ କରିବା ଓ ବୈଦ୍ୟୁତିକ ରକ୍ଷଣାବେକ୍ଷଣ ପାଇଁ ତାଲିମ ବ୍ୟତୀତ ପରିଦର୍ଶକମାନଙ୍କୁ କୋଇଲା ଖାଦାନରେ ଡ୍ରୋଜର, ଡମ୍ଫର/ ଟ୍ରକ ଆଦିର ସଂଚାଳନ ପାଇଁ ଭିଆର୍ ମଡ୍ୟୁଲର ପ୍ରତ୍ୟେକ୍ଷ ଅନୁଭୂତି ଲାଭର ସୁଯୋଗ ଦିଆଯାଇଛି ।
ମେକ୍ ଇନ୍ ଓଡ଼ିଶା ଏମ୍ସିଏଲ୍ ଷ୍ଟଲରେ ଦର୍ଶକଙ୍କୁ ଆକୃଷ୍ଟ କରୁଛି ଭିଆର୍, ଏଆଇ ଟେକ୍ନୋଲୋଜି
- Post published:December 4, 2022
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
Tags: Angul
You Might Also Like
ଭାଙ୍ଗିଲା ପ୍ରଶାସନର ନିଦ: ଆମ ହସ୍ପିଟାଲ୍ ଯୋଜନାରେ ଛେଣ୍ଡିପଦାକୁ ସାମିଲ ପ୍ରତିଶ୍ରୁତି ପରେ ହଟିଲା ରାସ୍ତା ଅବରୋଧ, ଚିଠିର ନକଲ ପାଇବା ପର୍ଯ୍ୟନ୍ତ ଚାଲିବ ପ୍ରତିବାଦ
ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ଓମ୍ ପ୍ରକାଶ ଜିନ୍ଦଲଙ୍କ ୧୯ତମ ପୁଣ୍ୟତିଥି ପାଳିତ, ୭୦୩ ୟୁନିଟ ରକ୍ତ ସଂଗୃହୀତ
