ଗଣେଶ ପୂଜା ପ୍ରସ୍ତୁତି ବୈଠକ: ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ଗୁରୁତ୍ୱ

You are currently viewing ଗଣେଶ ପୂଜା ପ୍ରସ୍ତୁତି ବୈଠକ: ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ଗୁରୁତ୍ୱ

ଅନୁଗୁଳ: ଅନୁଗୁଳ ପୌରାଞ୍ଚଳର ୧୪ ଟି ଗଣେଶ ପୂଜା କମିଟିର କର୍ମକର୍ତ୍ତାଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଅନୁଗୁଳ ଉପଜିଲ୍ଲାପାଳ ମାୟାଧର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଅନୁଗୁଳ ତହସିଲଦାର, ଉପଖଣ୍ଡ ପୋଲିସ ଅଧିକାରୀ, ଥାନା ଭାରପ୍ରାପ୍ତ ଅଧିକାରୀ, ପୌରପାଳିକା ନିର୍ବାହୀ ଅଧିକାରୀ ଏବଂ ଟିପିସିଓଡ଼ିଏଲ ଏସଡିଓ ଏବଂ ସେଣ୍ଟାଲ ଗଣେଶ ପୂଜା କମିଟିର ସଭାପତି ସମ୍ପାଦକ ଓ ଉପଦେଷ୍ଟା ଉପସ୍ଥିତ ଥିଲେ।

ପୂଜା ଏବଂ ବିସର୍ଜନ ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହିତ ସମ୍ପନ୍ନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ପୂର୍ବରୁ ମଧ୍ୟ ଗଣେଶ ପୂଜା ପାଳନ ପାଇଁ ବୈଠକ ହୋଇଥିଲା। ପୂଜାରେ ସାଉଣ୍ଡ କମ୍ କରିବା ସହ ବିଶୃଙ୍ଖଳା ନ କରି ପ୍ରୋସେସନ କରିବାକୁ ନିଷ୍ପତ୍ତି ହୋଇଛି।

Share

Leave a Reply