ବର୍ଷା ଢାଳିଲା, ଅନୁଗୁଳ ସହର ଓ ଆଖପାଖ ଅଞ୍ଚଳ ଜଳମୟ

You are currently viewing ବର୍ଷା ଢାଳିଲା, ଅନୁଗୁଳ ସହର ଓ ଆଖପାଖ ଅଞ୍ଚଳ ଜଳମୟ

ଅନୁଗୁଳ: ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଅବିଶ୍ରାନ୍ତ ବର୍ଷା ଯୋଗୁଁ ଅନୁଗୁଳ ସହର ସମେତ ଗୀତାଗ୍ରାମ, ସୁସୁଡ଼ା ଆଦି ଅଞ୍ଚଳରେ ରାସ୍ତା ପାଣି ଘରେ ପଶିଛି। ଅନୁଗୁଳ ସହରରର ବ୍ରାହ୍ମଣୀଦେଇ ପଡା, ସୌଭାଗ୍ୟନଗର,ଅନୁଗୁଳ ଶଙ୍କର ସିନେମା ରୋଡ଼ରେ ରାସ୍ତାଠୁ ଦୁଇଫୁଟ ଉପରେ ପାଣି ଚାଲୁଥିବା ଅଭିଯୋଗ ହୋଇଛି।ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି।

ଆଜି ସହରର ଅନେକ ଉଠା ଦୋକାନ ବନ୍ଦ ଥିବା ଦେଖିବାକୁ ମିଳିଥିଲା। ପୌରପାଳିକା ପକ୍ଷରୁ ଜାମ ଡ୍ରେନ ଗୁଡିକରୁ ପାଣି କାଢ଼ିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲେ ମଧ୍ୟ ଖରାପ ପାଗ ଯୋଗୁଁ ସମ୍ଭବ ହୋଇ ପାରିନାହିଁ।ଯେଉଁ ଚାଷୀମାନେ ପ୍ରତିଦିନ ପରିବା ବିକିବାକୁ ଅନୁଗୁଳ ସହରକୁ ଆସନ୍ତି, ସେମାନଙ୍କ କାରବାର ମଧ୍ୟ ଠପ ହୋଇଯାଇଛି। ପରିବା ଅଭାବ ଯୋଗୁଁ ଡେଲି ମାର୍କେଟରେ ପରିବା ଦର ମଧ୍ୟ ବେଶ ବଢ଼ିଥିବା ଦେଖିବାକୁ ମିଳିଛି।

Share

Leave a Reply